ପିସି ପ୍ରସଙ୍ଗରେ ଦୃତୀୟ ମହଲାକୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ-ବିଧାନସଭା

ବିଧାନସଭାରେ ଆଜି ଶୂନ୍ୟକାଳରେ ପିସି ପ୍ରସଙ୍ଗ ଉଠାଇ ନରସିଂହ ମିଶ୍ର ଶାସକ ଦଳକୁ ହରଡଘଣାରେ ପକାଇଛନ୍ତି । ଗଣମାଧ୍ୟମରେ ଦାମ ରାଉତଙ୍କ ବୟାନକୁ ସମର୍ଥନ କରିଛନ୍ତି ବିରୋଧୀ ଦଳ ନେତା । ଦାମ ରାଉତ କହିଥିଲେ ଯେ, ପିସି ବନ୍ଦ କରିବା ସମ୍ଭବ ନୁହେଁ ।ଏହାର ଉଦାହରଣ ନେଇ ନରସିଂହ କହିଛନ୍ତି ଯେ, ବଲାଙ୍ଗୀର ବ୍ଲକରେ ଜଣେ ଦୁର୍ନୀତିଗ୍ରସ୍ତ ଆସିଷ୍ଟାଂଟ ଇଞ୍ଜିନିୟରଙ୍କୁ ଅଣାଗଲା । ଠିକ୍ ଭାବେ କାମ କରୁଥିବା ଯନ୍ତ୍ରୀଙ୍କୁ ସ୍ଥାନୀୟ ସାଂସଦ ବଦଳାଇ ଦେଲେ । ସ୍ଥାନୀୟ ସାଂସଦଙ୍କ ପତ୍ର ଏହା ପ୍ରମାଣିତ କରୁଛି । ସେପଟେ ପିସି ପ୍ରସଙ୍ଗରେ ଦୃତୀୟ ମହଲାକୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ । ତାରା ପ୍ରସାଦ ବାହିନୀପତି କହିଛନ୍ତି, ତୃତୀୟ ମହଲା ହେଉଛି ଦୁର୍ନୀତିର ଗନ୍ତାଘର । ତୃତୀୟ ମହଲା ଇଂଗିତରେ ଚାଲିଛି ଲାଂଚ କାରବାର । ଆଉ ଏଇଠୁ ହିଁ ଆରମ୍ଭ ହେଉଛି ଦୁର୍ନୀତି । କିନ୍ତୁ ସରକାର ପିସି କାରବାର ବନ୍ଦ କରିବା ନେଇ ଯେଉଁ ବାହାସ୍ପୋଟ ମାରୁଛନ୍ତି ତାହା କୁମ୍ଭୀର କାନ୍ଦଣା ସାଙ୍ଗରେ ସମାନ ।