ପ୍ରଦେଶ ମହିଳା କଂଗ୍ରେସ ତରଫରୁ ଆସନ୍ତା ତା ୧୯.୬.୨୦୧୭ ରିଖ ସୋମବାର ଦିନ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର : – ବିଜେଡ଼ି ଶାସନରେ ରାଜ୍ୟରେ ମହିଳାମାନଙ୍କ ପ୍ରତି ବଢ଼ିଚାଲିଥିବା ଅତ୍ୟାଚାର ଏବଂ ଏହି ନିକଟରେ ଢ଼େଙ୍କାନାଳ ଜିଲା କଙ୍କଡ଼ାହାଡ ବ୍ଲକର ବାଲିକୁମା ଗ୍ରାମର ଦଳିତ ବିଧବା ମହିଳା ଜୟାମଣି ପାତ୍ରଙ୍କୁ ଗଣଦୁର୍ଷ୍କମ ଏବଂ ହତ୍ୟା ପ୍ରତିବାଦରେ ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତି ବିଭାଗ ଏବଂ ପ୍ରଦେଶ ମହିଳା କଂଗ୍ରେସ ତରଫରୁ ଆସନ୍ତା ତା ୧୯.୬.୨୦୧୭ ରିଖ ସୋମବାର ଦିନ ରାଜ୍ୟର ସମସ୍ତ ଜିଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ସୌଗତ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।