ବଜ୍ରପାତ ରେ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର ହୋଇ ଆଠଗଡ ଡାକ୍ତରଖାନା ରେ ଭର୍ତ୍ତି

ଆଜି ଅପରାହ୍ନ ରେ ଆଠଗଡ ଅଞ୍ଚଳରେ ଘଡଘଡି ସହିତ ପ୍ରବଳ ବର୍ଷା । ଦୀର୍ଘ ଦୁଇଘଣ୍ଟା ଧରି ଘଡଘଡି ବର୍ଷା ଫଳରେ ବଜ୍ରପାତ ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହାତ ହୋଇ ଆଠଗଡ ଡାକ୍ତରଖାନା ରେ ଭର୍ତ୍ତି । ଆହତ ମହିଳା ଜଣକ ଭୋଗରା ପଞ୍ଚାୟତ ମଥୁରାପୁର ଗ୍ରାମର କମଳା ସାହୁ ୭୫ ମୃତକ ଜଣକ ବାଳି ଗ୍ରାମ ହରିଜନ ସାହିର ବଳରାମ ନାୟକଙ୍କ ପୁଅ ବିଜୟ ନାୟକ ୨୨ ତାଙ୍କୁ କଟକ ଡାକ୍ତରଖାନା ନିଆଯାଉଥିବା ବେଳେ ମୃତ୍ୟୁ ଘଟିଥିବା ଜଣା ପଡିଛି ।