ବମିଖାଲ ଓଭର ବ୍ରିଜ ଭୁଶୁଡିବା ଘଟଣାରେ ୨ ଜଣ ନିର୍ଦ୍ଦେଶକଙ୍କ ନାଁରେ ସର୍କୁଲାର

ରାଜଧାନୀର ବମିଖାଲ ଓଭର ବ୍ରିଜ ଭୁଶୁଡିବା ଘଟଣାରେ ଠିକା କଂପାନୀର ୨ ଜଣ ନିର୍ଦ୍ଦେଶକଙ୍କ ନାଁରେ ସର୍କୁଲାର ଜାରି ହୋଇଛି । ପଣ୍ଡା ଇନଫ୍ରା ପ୍ରୋଜେକ୍ଟର ୨ ନିର୍ଦ୍ଦେଶକ ସୁଜାତା ପଣ୍ଡା ଓ ସନ୍ତୋଷ ପଣ୍ଡାଙ୍କ ନାଁରେ ଏଲଓସି ଜାରି କରିଛି ପୋଲିସ । ବ୍ରିଜ ଭୁଶୁଡିବା ପରେ ଏହି ୨ ଜଣ ନିର୍ଦ୍ଦେଶକ ଫେରାର ଥିବାରୁ ଲୁକ ଆଉଟ ସର୍କୁଲାର ଜାରି କରାଯାଇଥିବା ନେଇ କମିସନରେଟ ପୋଲିସ ସୂଚନା ଦେଇଛି ।ସେପଟେ ବମିଖାଲ ଫ୍ଲାଏ ଓଭର ଭୁଶୁଡିବା ଘଟଣା ଆଜି ହାଇକୋର୍ଟକୁ ଯାଇଛି । ଆଜି ଏସଂପର୍କରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ସୁରେନ୍ଦ୍ର ପାଣିଗ୍ରାହୀଙ୍କ ତରଫରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ଏନେଇ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି । ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ବିଭାଗ ସଚିବଙ୍କ ସମେତ ମୋଟ ୯ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିବା ସୂଚନା ମିଳିଛି । ହାଇକୋର୍ଟଙ୍କ ଦେଖରେଖରେ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ନିବେଦନ କରାଯାଇଛି ।