ବମିଖାଲ ଓଭର ବ୍ରିଜ ଭୁଷୁଡିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି -ବିରୋଧୀ ବିଧାୟକଙ୍କ ହୋହଲ୍ଲା -ମୌସୁମୀ ଅଧିବେଶନ

ଦୁଇ ଦିନର ବିରତି ପରେ ଆଜି ପୁଣି ଥରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭରୁ ହଙ୍ଗାମା । ବମିଖାଲ ଓଭର ବ୍ରିଜ ଭୁଷୁଡିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ରଖୁଥିବା ବେଳେ ବିରୋଧୀ ବିଧାୟକଙ୍କ ହୋହଲ୍ଲା । ଗତକାଲିର ଓଭର ବ୍ରିଜ ଭୁଶୁଡିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖି କହିଛନ୍ତି ଯେ, ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଗୃହରେ ମୁଖ୍ୟମନ୍ତ୍ରୀ ବିବୃତି ରଖୁଥିବା ବେଳେ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟ ହଙ୍ଗାମା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ପୁର୍ତ୍ତ ବିଭାଗ ଆସୁଥିବାରୁ ସିଧାସଳଖ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ପୋଡିୟମ ନିକଟରେ ବିରୋଧ ଦଳ ମୁଖ୍ୟ ସଚେତକ ହୋହଲ୍ଲା କରିଛନ୍ତି । ହଟ୍ଟଗୋଳ ଯୋଗୁଁ ଗୃହକୁ ୧୧ଟା ୩୬ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।