ବଲାଙ୍ଗିର ପିସି କାରବାରକୁ ନେଇ ମ୍ୟୁନିସିପାଲିଟି ଅଫିସରେ ଲଙ୍କାକାଣ୍ଡ

ବଲାଙ୍ଗିର: ମ୍ୟୁନିସିପାଲିଟି ଅଫିସରେ ଲଙ୍କାକାଣ୍ଡ। ପିସି କାରବାରକୁ ନେଇ କାଉନସିଲରମାନେ ଅଫିସରେ ପସି ଭଙ୍ଗାରୁଜା କରିଛନ୍ତି। ଏପରି ଘଟଣା ବଲାଙ୍ଗିର ମ୍ୟୁନିସିପାଲଟି ଅଫିସ୍‌ରେ ଘଟିଛି। ଅଭିଯୋଗରୁ ପ୍ରକାଶ, ପିସି ବନ୍ଦ ନେଇ କିଛି ଦିନ ସମସ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପିସି ବନ୍ଦ ନେଇ ପ୍ରଶାନସକି ଅଧିକାରୀଙ୍କୁ ତାଗିଦ କରାଯାଇଥିଲା। ଏହା ସତ୍ତ୍ୱେ ବଲାଙ୍ଗିର ମ୍ୟୁନିସିପାଲଟି ଅଫିସ୍‌ରେ ପିସି କାରବାର ଚାଲିଥିବା ଅଭିଯୋଗ ହୋଇଛି। ଏହା ବିରୋଧରେ ଆଜି କାଉନ୍‌ସିଲରମାନେ ମ୍ୟୁନିସିପାଲଟି କାର୍ଯ୍ୟାଳୟରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଅଫିସର ଚେୟାର ଟେବବୁଲ ଭାଙ୍ଗିଥିବା ଦେଖିବାକୁ ମିଳିଛି।