ବହୁ ଚର୍ଚ୍ଚିତ ଦହ୍ୟା ଗୋପବନ୍ଧୁ ହତ୍ୟା ମାମଲା , ସ୍ତ୍ରୀ ନିଦେ୍ର୍ଦାଷରେ ଖଲାସ-ବୌଦ୍ଧ

ବୌଦ୍ଧ : ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜ ରୁପଶ୍ରୀ ଚୌଧୁରୀ ଏକ ହତ୍ୟା ମାମଲାକୁ ବିଚାର କରି ଅଭିଯୁକ୍ତ ସ୍ତ୍ରୀକୁ ନିଦେ୍ର୍ଧାଷରେ ଖଲାସ କରିଛନ୍ତି । । ମାମଲାରୁ ପ୍ରକାଶ ଯେ ଗତ ୨୨.୬.୨୦୧୬ ତାରିଖରେ ବୌଦ୍ଧ ଜିଲା ମନମୁଣ୍ଡା ଥାନାର ଦହ୍ୟା ଗ୍ରାମର ଗୋପବନ୍ଧୁ ମଲିକକୁ କେହି ଅଜଣା ଦୁର୍ବୁତ ରାତିରେ ଘରେ ଶୋଇଥିବା ଅବସ୍ଥାରେ ମୁଣ୍ଡକୁ ହାଣି ରକ୍ତାକ୍ତ କରି ଦେଇ ଗୋପବନ୍ଧୁର ସ୍ତ୍ରୀ ଓ ତାର ଦୁଇ ଝିଅଙ୍କୁ ବାହାରୁ ତାଲାଦେଇ ଫେରାର ହୋଇଯାଇଥିବା ଘଟଣା ସେ ସମୟରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଅଜଣା ଦୁର୍ବୁତ ଗୋପବନ୍ଧୁକୁ କୌଣସି ଧାରୁଆ ଅସ୍ତ୍ରରେ ହାଣି ପଳାଇ ଯାଇଥିବା ନେଇ ଗୋପବନ୍ଧୁର ସ୍ତ୍ରୀ ପାନ ମଲିକ ସକାଳୁ ସାଇପଡିଶା ଲୋକଙ୍କ କହିବା ପରେ ଗୁରତର ଥିବା ଗୋପବନ୍ଧୁକୁ ପ୍ରଥମେ ମନମୁଣ୍ଡା ମେଡିକାଲ, ପରେ ସୋନପୁର ମେଡିକାଲ ଓ ସେଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇ ଥିଲା । ଗତ ୨୪.୬.୧୬ରେ ବୁର୍ଲାରେ ଚିକିତ୍ସିତ ଅବସ୍ଥାରେ ଗୋପବନ୍ଧୁର ମୃତ୍ୟୁ ହୋଇଯାଇଥିଲା । ଏହା ପରେ ସ୍ତ୍ରୀ ପାନ ମଲିକ ଗତ ୨୫ .୬.୧୬ ତାରିଖରେ ମନମୁଣ୍ଡା ଥାନାରେ ତାଙ୍କ ସ୍ୱାମୀକୁ କିଏ ହତ୍ୟା କରିଥିବା ନେଇ ଏକ ଲିଖିତ ଏତେଲା ଦେଇଥିଲା । ଏତେଲା ପାଇବା ପରେ ମନମୁଣ୍ଡା ପୋଲିସ ଥାନା କେସ ନଂ ୧୦୨/୧୬ ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାକୁ ଗମ୍ଭିରତାର ସହ ଗ୍ରହଣ କରି ସନ୍ଧାନି କୁକୁର ସହାୟତାରେ ତଦନ୍ତ କରିଥିଲା । ତଦନ୍ତ ପରେ ପୁଲିସ ସନେ୍ଧହରେ ନିଜ ସ୍ତ୍ରୀ ପାନ ମଲିକ ତାକୁ ହତ୍ୟା କରିଥିବା ଅଭିଯୋଗରେ ଗତ ୨୭.୬.୧୬ ରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରବର୍ତ୍ତୀ ସମୟରେ ଏହି ମାମଲାଟି ଅତିରିକ୍ତ ଜିଲା ଦୌରାଜଜଙ୍କ ଅଦାଲତରେ ଏସଟି କେସ ନଂ (୧୦୬/୧୬) ରେ ବିଚାର ହୋଇଥିଲା । ସରକାରଙ୍କ ପକ୍ଷରୁ ୧୬ ଜଣ ସାକ୍ଷୀ ଓ ଅଭିଯୁକ୍ତ ପକ୍ଷରୁ ଜଣେ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପ୍ରମାଣ ଅଭାବରୁ ଅତିରିକ୍ତ ଜିଲା ଦୌରାଜଜ ରୁପଶ୍ରୀ ଚୌଧୁରୀ ଅଭିଯୁକ୍ତ ସ୍ତ୍ରୀ ପାନ ମଲିକକୁ ନିଦେ୍ର୍ଧାଷରେ ଖଲାସ କରିଛନ୍ତି । ଏହି ମାମଲାଟିକୁ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜିବୀ ରାଜୀବ ଦଲାଲ ପରିଚାଳନା କରୁଥିଲେ ।