ବାଲିପାଟଣାର ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବୌଦ୍ଧଜିଲା ସାମ୍ବାଦିକ ସଂଘ ପକ୍ଷରୁ ଉଦବେଗ ପ୍ରକାଶ

ବୌଦ୍ଧ : ବାଲିପାଟଣାର ସାମ୍ବାଦିକ ରମେଶ ରଥଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବୌଦ୍ଧଜିଲା ସାମ୍ବମାଦିକ ସଂଘ ପକ୍ଷରୁ ସାମ୍ବାଦିକଙ୍କ ସୂରକ୍ଷା ନେଇ ଉଦବେଗ ପ୍ରକାଶ କରାଯିବା ସହିତ ଏହାର ଦୃଢ ନିନ୍ଦା କରାଯାଇଛି । ଜିଲା ସାମ୍ବାଦିକ ସଂଘର ସଭାପତି ସଂପଦ କୁମାର ଅଗ୍ରୱାଲାଙ୍କ ଅଧ୍ୟକ୍ଷତାରେ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ସାମ୍ବାଦିକ ରମେଶ ରଥଙ୍କୁ ଆକ୍ରମଣ ପ୍ରତିବାଦରେ ଏକ ନିନ୍ଦା ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ପରେ ଜିଲା ସଂଘର ଏକ ପ୍ରତିନିଧି ମଣ୍ଡଳୀ ଜିଲାପାଳ ମଧୁସୂଦନ ମିଶ୍ରଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିପତ୍ରରେ ରମେଶ ରଥଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ଦାବି କରାଯିବା ସହିତ ଗଣମାଧ୍ୟମ ପ୍ରତିନିଧିଙ୍କ ସୂରକ୍ଷା ନେଇ ଉଦବେଗ ପ୍ରକାଶ କରାଯାଇଥିଲା । ଏହି ବୈଠକରେ ସଂଘର ସଂପାଦକ ଶଶାଙ୍କ ଶେଖର ମିଶ୍ର,ରବିନ୍ଦ୍ର କୁମାର ରାଉତ,ଦେବାଶିଷ ପୁରୋହିତ,ଅଜିତ କୁମାର ବାରିକ,ସଜ୍ଜନ କୁମାର ଅଗ୍ରୱାଲା,ଜୟନ୍ତ କୁମାର ମାଝୀ,ବିଶ୍ୱଜିତ ପୃଷ୍ଟି,କୃଷ୍ଣଗୋପାଳ ମେହେର ଓ ଧବଳେଶ୍ୱର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।