ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ – ସ୍ୱଚ୍ଛ ବାଙ୍କୀ ମୁହାଣ ବିଚ୍

ଭୁବନେଶ୍ୱର: ବାଙ୍କୀ ମୁହାଣ ସଫେଇ ଦାବିରେ ଅନଶନରେ ବସିଥିବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଗତ ୩ ଦିନ ଧରି ସୁଦର୍ଶନ ଅନଶନରେ ବସିଥିଲେ।  ସ୍ୱଚ୍ଛ ବାଙ୍କୀ ମୁହାଣ ବିଚ୍ ନାଁରେ ସ୍ୟାଣ୍ଡ ଆର୍ଟ କରି ସୁଦର୍ଶନ ପ୍ରତିବାଦ ଜଣାଇବା ସହ ବାଙ୍କୀ ମୁହାଣର ପୁନରୁଦ୍ଧାର ଦାବି କରିଛନ୍ତି। ପ୍ରତିବାଦ ପରେ ପୁରୀ ପୌରସଂସ୍ଥା ପକ୍ଷରୁ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ସକାଳୁ ୫୦ରୁ ଅଧିକ କର୍ମଚାରୀ ସଫେଇ କାର୍ଯରେ ନିୟୋଜିତ ହୋଇଛନ୍ତି।  ଏହାସହ ସଫେଇ ପାଇଁ ମଶିନ ମଧ୍ୟ ନିୟୋଜିତ ହୋଇଛି।  ଆଜି  ସୁଦ୍ଧା ସଫା କାମ ଶେଷ କରିବା ପାଇଁ ଚେଷ୍ଟା କରାଯିବ ବୋଲି ପୁରୀ ପୌରସଂସ୍ଥା  କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।