ବିଜେଡି ଛାଡ଼ିଥିବା ପୁରୁଣା ନେତା ଦଳକୁ ଫେରିପାରନ୍ତି-ନବୀନ ପଟ୍ଟନାୟକ

ଭୁବନେଶ୍ୱର:  ବିଜେଡି ଛାଡ଼ିଥିବା ପୁରୁଣା ନେତା ଦଳକୁ ଫେରିପାରନ୍ତି। ଆଜି ଏହି ସଂକେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଦଳ ଛାଡ଼ିଥିବା ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଅଣାଯିବ କି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ପ୍ରଶ୍ନର ଉତ୍ତରରେ ନବୀନ ଏହା କହିଛନ୍ତି। ତେବେ ଏ ନେଇ ଜଣ ଜଣ କରି ପ୍ରସଙ୍ଗର ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି। ପଞ୍ଚାୟତ ନିର୍ବାଚନ ପରେ ଜିଲ୍ଲାଓ୍ୱାରି ଚାଲିଥିବା ସମୀକ୍ଷା ବୈଠକ ଅବସରରେ ନବୀନ ଏହି ସୂଚନା ଦେଇଛନ୍ତି।