ବିଜେପି କେନ୍ଦ୍ରାପଡା ଜିଲ୍ଲା ସଭାପତି ସୁକାନ୍ତ କୁମାର ଦ୍ୱିବେଦୀଙ୍କୁ ଦାୟିତ୍ୱରୁ ଅବ୍ୟାହତି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର କେନ୍ଦ୍ରାପଡା ଜିଲ୍ଲା ସଭାପତି ସୁକାନ୍ତ କୁମାର ଦ୍ୱିବେଦୀଙ୍କୁ ତାଙ୍କର ଦାୟିତ୍ୱରୁ ଅବ୍ୟାହତି ଦିଆ ଯାଇଥିବା ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିର୍ଦେଶ କ୍ରମେ ତାଙ୍କୁ ଏହି ପଦରୁ ଅବ୍ୟାହତି ଦିଆ ଯାଇଛି।  ଶ୍ରୀ ଦ୍ୱିବେଦୀ ତାଙ୍କର ଦାୟିତ୍ୱକୁ ସଠିକ ଭାବେ ପାଳନ ନ କରିବା କାରଣରୁ ରାଜ୍ୟ ସଭାପତି ଏହି ନିଷ୍ପତି ନେଇଥିବା ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।