ବିଜେପି ନେତା ପ୍ରତାପ ଷଡଙ୍ଗୀଙ୍କୁ ଆକ୍ରମଣ ! କିଛି ଦୁର୍ବୃତ ତାଙ୍କୁ ମାଡ ମାରିବା ସହ ଟଣାଟଣି କରିଥିବା ଅଭିଯୋଗ

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରତାପ ଷଡଙ୍ଗୀଙ୍କୁ ଆକ୍ରମଣ । ଗତକାଲି ରାତିରେ ସେ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ଶୁଭଶ୍ରୀ ସେଠୀ ବରହମପୁର ପାର୍ଟି ଅଫିସରୁ ଫେରିବା ବେଳେ ରାସ୍ତାରେ କିଛି ଦୁର୍ବୃତ ସେମାନଙ୍କୁ ଅଟକାଇବା ସହ ଆକ୍ରମଣ କରିଥିଲେ । ଉଭୟଙ୍କ ଗାଡି ଉପରକୁ ପଥର ମାଡ ହୋଇଛି । ଅନ୍ୟପଟେ ପ୍ରତାପ ଷଡଙ୍ଗୀ ଓ ତାଙ୍କ ଡ୍ରାଇଭରଙ୍କୁ ମାଡ ମାରିବା ସହ ଟଣାଟଣି କରିଥିବା ଅଭିଯୋଗ ହୋଇଛି ।ସେପଟେ ଏହି ଘଟଣା ପରେ ଦୁବୃତଙ୍କୁ ତୁରନ୍ତ ଗିରଫ ଦାବି କରି ରାତିରେ ଶତାଧିକ ବିଜେପି କର୍ମୀ ବରହମପୁର ଥାନା ଘେରାଉ କରିଥିଲେ ଏବଂ ପ୍ରତାପ ଷଡଙ୍ଗୀ ଧାରଣାରେ ବସିଥିଲେ । ଆକ୍ରମଣକାରୀମାନେ ବିଜେଡି କର୍ମୀ ବୋଲି ବିଜେପି ପକ୍ଷରୁ କୁହାଯାଉଛି ।

 

Leave a Reply