ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ବାପ ଓ ଝିଅଙ୍କ ମୃତ୍ୟୁ-ଅତାବିରା,ବରଗଡ଼

ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଲସ୍ତଲା ଗାଁରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ବାପ ଓ ଝିଅଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ହରିଶଙ୍କର ନାୟକ ଓ ପ୍ରଭାତି ପାତ୍ର। ଆଜି ଭୋର ପ୍ରାୟ ୪ଟା ସମୟରେ ହରିଶଙ୍କର ଘରେ ଲାଗିଥିବା ଆର୍ଥିଂ ତାରରେ ହାତ ବାଜିବାରୁ କରେଣ୍ଟ ଲାଗିଥିଲା। ବାପାକୁ ବଞ୍ଚାଇବାକୁ ଯାଇ ଝିଅ ପ୍ରଭାତି ମଧ୍ୟ ଆଘାତ ହୋଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ ଅତାବିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।