ବିଧାୟକ ଅନୁଦାନ ପାଣ୍ଠି ୨ କୋଟି କରିବାକୁ ବିଧାୟକ ଦାବି କରିଛନ୍ତି

ଦଳମତ ନିର୍ବିଶେଷରେ ଆଜି ସବୁ ବିଧାୟକ ଏକାଠି ହୋଇ ଅନୁଦାନ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରୀ କରିଛନ୍ତି । ସାଧାରଣ ଲୋକଙ୍କ ଭଳି ବିଧାୟକଙ୍କ କହିବା କଥା ହେଲା, ପରବର୍ତିତ ପରିସ୍ଥିତିରେ ସବୁ ଜିନିଷର ଦର ବଢିଛି । ତା ସହ ଲୋକଙ୍କର ସମସ୍ୟା ମଧ୍ୟ ବଢିଛି ।ତେଣୁ ସେସବୁକୁ ସମାଧାନ କରିବା ସମ୍ଭବପର ହେଉନାହିଁ । ଏପରିକି ବିଧାୟକ ପାଣ୍ଠିର ଟଙ୍କା ମଧ୍ୟ କମ ପଡୁଛି । ତେଣୁ ଏଭଳି ସ୍ଥିତିରେ ଅନୁଦାନ ପାଣ୍ଠି ବଢାଇବାକୁ ସବୁ ଦଳର ବିଧାୟକ ଦାବି କରିଛନ୍ତି । ବର୍ତମାନ ବିଧାୟକ ଅନୁଦାନ ପାଣ୍ଠି ୧ କୋଟି ରହିଛି । ଏହାକୁ ୨ କୋଟି କରିବାକୁ ବିଧାୟକ ଦାବି କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ନବୀନ କଣ ପାଣ୍ଠି ବଢାଇ ବିଧାୟକଙ୍କୁ ସନ୍ତୁଷ୍ଟ କରି ପାରିବେ ନା ବିଧାୟକଙ୍କ ଦାବିକୁ ଏମିତି ଝୁଲାଇ ରଖିବେ । ଯଦି ବା ଦାବି ପୂରଣ ହେଉଛି ତାହା ଲୋକଙ୍କ ହିତରେ ଲାଗିବ ନା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି ।