ବୈାଦ୍ଧ ସହରର ଗାୟତ୍ରୀ ପ୍ରଜ୍ଞାପୀଠ ପରିସରରେ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ବୌଦ୍ଧ: ବୈାଦ୍ଧ ସହରର ଗାୟତ୍ରୀ ପ୍ରଜ୍ଞାପୀଠ ପରିସରରେ ଗତ ୩ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଏକ ବିରାଟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ୩ ତାରିଖ ସକାଳେ ମଙ୍ଗଳ କଳସ ଶୋଭାଯାତ୍ରାରେ ସହର ପରିକ୍ରମା କରି ପ୍ରଜ୍ଞାପୀଠରେ କଳସ ସ୍ଥାପନ କରାଯାଇଥିଲା । ୪ତାରିଖ ଦିନ ନୂତନ ମନ୍ଦିର ଗୃହରେ ଗାୟତ୍ରୀ ମୂର୍ତ୍ତୀ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଚଷ୍ପତି ପ୍ରଦିପ କୁମାର ଅମାତ ଓ ଏନ୍.ଏ.ସି. ଅଧ୍ୟକ୍ଷା ଦିପ୍ତୀପ୍ରଭା ସ୍ୱାଇଁ ଯୋଗଦାନ କରି ନୂତନ ବିଗ୍ରହର ଦର୍ଶନ କରିଥିଲେ । ପ୍ରତିଦିନ ଦିକ୍ଷା ସଂସ୍କାର, ବିବାହ ସଂସ୍କାର, ମୁଣ୍ଡନ ସଂସ୍କାର କାର୍ଯ୍ୟକ୍ରମ ସହିତ ନବକୁଣ୍ଡୀୟ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ପ୍ରତିଦିନ ସଂଧ୍ୟାରେ ହରିଦ୍ୱାର ଶାନ୍ତିକୁଞରୁ କେନ୍ଦ୍ରୀୟ ଟୋଲିରେ ଶେଷଦେବ ବଢେଇ, ବଳରାମ ଗୈାତମ ସାହୁ, ପ୍ରବଚନ ଓ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଅବସରରେ ନିଶା ନିବାରଣ ଅଭିଯାନ, ପର୍ଯ୍ୟାବରଣ ଦିବସ ଓ ବୃକ୍ଷଗଙ୍ଗା ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା । ଗାୟତ୍ରୀ ପ୍ରଜ୍ଞାପୀଠ ପରିସରରେ ଏକ ଶ୍ରୀରାମ ବାଟିକା ନିର୍ମାଣ କରାଯାଇ ବିଭିନ୍ନ ରୋଗର ନିରାକରଣ କାର୍ଯ୍ୟକ୍ରମ କରିବା ପାଇଁ ପ୍ରସ୍ତାବ ନିଆଯାଇଥିବା ଜଣାପଡିଛି । ୬ ତାରିଖ ଦିନ ଏହି ମହାଯଜ୍ଞ ଉଦ୍ୟାପନୀ ଉସôବ ଅନୁଷ୍ଟିତ ହେବା ସଙ୍ଗେ ସଙ୍ଗେ ଉପସ୍ଥିତ ଭକ୍ତମାନେ ମିଳିତ ଭାବେ ପ୍ରସାଦ ସେବନ କରିଥିଲେ ।