ବୋଲେରୋ-ଟ୍ରକ୍‌ ମୁହାଁମୁହିଁ ଧକ୍କା: ୨ ମୃତ, ୭ ଆହତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ହିନ୍ଦୋଳ ରୋଡ୍ ନିକଟରେ ବୋଲେରୋ-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ପବିତ୍ର ମୋହନ ଦାସ ଓ ସତ୍ୟ ନାରାୟଣ ମିଶ୍ର। ସମସ୍ତ ଆହତମାନଙ୍କୁ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତେ ଜିନ୍ଦଲର କର୍ମଚାରୀ ବୋଲି ଜଣାପଡ଼ିଛି।   ଏକ ବାହାଘର ଭୋଜି ଖାଇ କେନ୍ଦ୍ରାପଡ଼ାରୁ ଫେରୁଥିବା ବେଳେ ଆଜି ଭୋର ପ୍ରାୟ ସାଢ଼େ ୫ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା।