ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଣ୍ଟି ଡେଙ୍ଗୁ ମାସ ପାଳିତ

ବୌଦ୍ଧ : ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରଶିକ୍ଷଣ କକ୍ଷଠାରେ ଆଣ୍ଟି ଡେଙ୍ଗୁ ମାସ ପାଳିତ ହୋଇଯାଇଛି । ଜିଲାପାଳ ମଧୁସୁଦନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୂଖ୍ୟ ଅତିଥି ଭାବେ ବୌଦ୍ଧ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଦୀପ୍ତୀପ୍ରଭା ସ୍ୱାଇଁ ଯୋଗଦାନ କରିଥିଲେ । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସଦାନନ୍ଦ ମିଶ୍ର, ଏ.ଡି.ଏମ୍.ଓ (ଜନ ସ୍ୱାସ୍ଥ୍ୟ) ଡା. ରାମ ଚନ୍ଦ୍ର ରାଉତ, ଏ.ଡି.ଏମ୍.ଓ (ମେଡିକାଲ୍) ଡା. ସୁଜାତା ମିଶ୍ର, ଏ.ଡି.ଏମ୍.ଓ (ପରିବାର କଲ୍ୟାଣ) ଡା. ଭିକ୍ଷାକରୀ ନାୟକ, ଜିଲା ମ୍ୟାଲେରିଆ ଅଧିକାରୀ ଡା. ଅନିତା ପଟ୍ଟନାୟକ, ଡି.ଏଲ୍.ଓ ଏବଂ ଡି.ଟି.ଓ ଡା. ଶୋଭାଗ୍ୟ ରଂଜନ ରଣସିଂହ, ଡି.ପି.ଏମ୍. ଶ୍ରୀ ସୁଜୀତ୍ କୁମାର ପଣ୍ଡା ଯୋଗ ଦେଇ ଡେଙ୍ଗୁ ଉପରେ ନିଜ ନିଜ ମନ୍ତବ୍ୟ ରଖିଥିଲେ । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡେଙ୍ଗୁ ରୋଗର ନିରାକରଣ, ରୋଗର ଲକ୍ଷଣ ଓ ଏହାର ପ୍ରତିକାର ବିଷୟରେ କହିଥିଲେ । ଜିଲା ମ୍ୟାଲେରିଆ ଅଧିକାରୀ ଏହା ଉପରେ ଏକ ପାଓା୍ୱର ପଏଣ୍ଟ ମାଧ୍ୟମରେ ଏହା କି ପ୍ରକାର ରୋଗ, କେମିତି ବ୍ୟାପେ, ଏହି ମଶା କେତେବେଳେ କାମୁଡେ ଏବଂ ଏହି ରୋଗରୁ ରକ୍ଷା ପାଇବା ପାଇଁ ଆମେ କଣ କଣ କରିବା ଦରକାର ଉପରେ ଆଲୋଚନା କରିଥିଲେ । ଜିଲା ମ୍ୟାଲେରିଆ ପରାମର୍ଶ ଦାତ୍ରୀ ସମସ୍ତଙ୍କ ସହଯୋଗରେ ଚତୁପାଶ୍ୱର୍ରେ ଜମି ରହିଥିବା ପାଣି ସ୍ଥାନ ଗୁଡିକୁ ପୋତି ଦେବା, ସପ୍ତାହକୁ ଥରେ ସମସ୍ତ ପାଣି ରଖୁଥିବା ପାତ୍ର ଗୁଡିକୁ ସଫା କରିବା ଏବଂ ଏହି ରୋଗରୁ ରକ୍ଷା ପାଇବା ପାଇଁ ଆମେ ସବୁବେଳେ ସଂପୂର୍ଣ୍ଣ ପୋଷାକ ପରିଧାନ କରିବା ଉଚିତ୍ ବୋଲି କହିଲେ । ଜିଲା ମ୍ୟାଲେରିଆ ଅଧିକାରୀ ଉପସ୍ଥିତ ସମସ୍ତ ଡାକ୍ତରଙ୍କୁ ଏହି ରୋଗ ଉପରେ ସଚେତନ କରାଇ ଥିଲେ । ଜିଲା ମ୍ୟାଲେରିଆ ପରାମର୍ଶ ଦାତ୍ରୀ ଡା. ସ୍ୱାତୀ କୁମାରୀ, ଜିଲାସ୍ତରୀୟ ଅଧୀକାରୀ ଏବଂ ସ୍ୱାସ୍ଥ୍ୟବିଭାଗର ସମସ୍ତ କର୍ମକର୍ତ୍ତା ଯୋଗଦାନ କରିଥିଲେ ।