ବ୍ୟବସାୟୀ ବାବା ରାମଦେବ ଖୋଲିବେ ପୁଷ୍ଟିକ ହୋଟେଲ୍

ନୂଆଦିଲ୍ଲୀ: ବ୍ୟବସାୟୀ ବାବା ରାମଦେବ ଖୋଲିବେ ହୋଟେଲ୍। ସାରା ଦେଶରେ ଖୋଲିବ ଏ ହୋଟେଲ୍। ଏହି ହୋଟେଲ୍‌ରେ ମିଳିବ ହର୍ବାଲ୍ ଫୁଡ୍। ବାବା ରାମଦେବ ନିଜେ ଏକଥା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନିଜର ଗବେଷଣା କେନ୍ଦ୍ରର ଉଦ୍‌ଘାଟନ କରିବା ପରେ ସେ ଏହି ଖୁଲାସା କରିଛନ୍ତି। କେଏଫ୍‌ସି, ମ୍ୟାକଡୋନାଲ୍ଡ ଓ ସବୱେ ଭଳି ଫୁଡ୍‌ ଚେନ୍‌ଗୁଡ଼ିକୁ ଚ୍ୟାଲେଞ୍ଚ୍‌ ଦେବା ପାଇଁ ସେ ନିଜର ହର୍ବାଲ୍ ଫୁଡ୍ ଚେନ୍ ନେଇ ଆସୁଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ବାବାଙ୍କ ପତଞ୍ଜଳି କଂପାନୀ ୧୦,୫୬୨ କୋଟି ଟଙ୍କାର କାରବାର କରିଛି। ଏହି ଆର୍ଥିକ ବର୍ଷରେ କମ୍ପାନୀ ମସଲା, ବନସ୍ପତି ତେଲ, ବିସ୍କୁଟ ଓ ଜୁସ୍‌ ପରି ଉତ୍ପାଦନ ବୃଦ୍ଧି କରିବାକୁ ଚାହୁଁଛି। ସୂଚନାଯୋଗ୍ୟ, ବାବା ୨୦୧୭-୧୮ ଆର୍ଥିକ ବର୍ଷରେ ୨୦,୦୦୦ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରଖିଛନ୍ତି।