ମଦ କାରଖାନା ବନ୍ଦ କରିବା ନେଇ ଶତାଧିକ ଗ୍ରାମବାସୀ କାରଖାନା ଗେଟ ସମ୍ମୁଖରେ ଧାରଣା-ଆଠଗଡ

ଆଠଗଡ ବ୍ଲକ ରାଧାକିଶୋରପୁର ପଞ୍ଚାୟତ ମତ୍ସ୍ୟପୁର ଗ୍ରାମରେ ଉଦଘାଟନ ଅପେକ୍ଷାରେ ଥିବା ଏକ ମଦ କାରଖାନା କୁ ବନ୍ଦ କରିବା ନେଇ ଆଜି ଶତାଧିକ ଗ୍ରାମବାସୀ କାରଖାନା ଗେଟ ସମ୍ମୁଖରେ ଧାରଣାରେ ବସିଛନ୍ତି ।କାରଖାନା ଆରମ୍ଭ ସମୟରେ ଏଠାରେ ପାଣି ପାଉଚ କାରଖାନା କରାଯିବ ବୋଲି ଜନଶୁଣାଣୀ ହୋଇଥିଲା । ପରବର୍ତ୍ତୀ ସମୟରେ ପାଣି ପାଉଚ କାରଖାନା ବଦଳରେ ମଦ କାରଖାନା ହେଉଥିବା ଗ୍ରାମବାସୀ ଜାଣି ଏହାକୁ ବିରୋଧ କରିଥିଲେ । ଫଳରେ ବର୍ଷେ କାଳ କାରଖାନା ବନ୍ଦ ହୋଇଥିଲା । ପୁଣି ଏବେ ରାଜନୈତିକ ବ୍ୟକ୍ତିଙ୍କୁ ହାତକରି କାରଖାନା କର୍ତ୍ତୃପକ୍ଷ ଜୋର ଜବରଦସ୍ତି କାରଖାନା ଚାଲୁ କରିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଥିବା ଅଭିଯୋଗ କରିଛନ୍ତି।