ମଧ୍ୟାହ୍ନ ଭୋଜନରେ ପଚାଅଣ୍ଡା ଦେଇଥିବା ଅଭିଯୋଗ-କୋକସରା

କୋକସରା: କଳାହାଣ୍ଡି ଜିଲା କୋକସରା ବ୍ଳକ ଗହନାମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଛାତ୍ରଙ୍କୁ ବୁଧବାର ମଧ୍ୟାହ୍ନ ଭୋଜନରେ ପଚା ଅଣ୍ଡା ଦେଉଥିବା ଅଭିଯୋଗ ହୋଇଥିଲା । ମଧ୍ୟାହ୍ନ ଭୋଜନରେ ପଚାଅଣ୍ଡା ଦେଇଥିବା ଅଭିଯୋଗ କରି ଛାତ୍ରଛାତ୍ରୀମାନେ ସ୍କୁଲ ଆଗରେ ଧାରଣାରେ ବସିଥିଲେ । ଏହାକୁ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ସ୍କୁଲରେ ବାରମ୍ବାର ଏଭଳି ପଚା ଅଣ୍ଡା ରାନ୍ଧି ପିଲାଙ୍କୁ ଖାଇବାକୁ ଦିଆଯାଉଥିବା ଅଭିଭାବକମାନେ ଅଭିଯୋଗ କରିଥିଲେ । ଏନେଇ କୋକସରା ସହକାରି ଗୋଷ୍ଠି ଶିକ୍ଷା ଅଧିକାରୀ ତୋଫାନ ମାଝିଙ୍କୁ ପଚାରିବାରୁ ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।