ମନ୍ଦିର ବେଢ଼ାରେ ବୁଲିଲା ବାଘ, ହଳଦି ଗାଁରେ ପୁଣି ଆତଙ୍କ-ନୂଆପଡ଼ା

ନୂଆପଡ଼ା: ଜନବସତି ଅଞ୍ଚଳକୁ ପଶି ଆସିଛି ଜଙ୍ଗଲର ରାଜା। ନୂଆପଡ଼ା ଜିଲ୍ଲା ହଳଦି ଗାଁ ପାହାଡ଼ ନିକଟରେ ଗୋଟିଏ କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି। ସହର ଉପକଣ୍ଠ ପାହାଡ଼ ଉପରେ ଥିବା ସାରଦା ମନ୍ଦିର ବେଢାରେ ବାଘ ବୁଲୁଥିବା ବନ ବିଭାଗ କର୍ମଚାରୀ ଦେଖିଥିଲେ। ଘଟଣାସ୍ଥଳରେ ଖରିଆର ରୋଡ୍ ରେଞ୍ଜର୍‌ ବାଘ ଉପରେ ନଜର ରଖିଛନ୍ତି। ବାଘକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।ସୂଚନାଯୋଗ୍ୟ, ଗତ ମାସ ୨୬ ତାରିଖରେ ହଳଦି ଗାଁରେ ଏକ ୪ ବର୍ଷର ଶିଶୁକୁ ମା’ କୋଳରୁ ଝାମ୍ପି ନେଇ ଖାଇ ଦେଇଥିଲା। ଶିଶୁଟିର ହାଡ଼ ଜଙ୍ଗଲରୁ ମିଳିଥିଲା।