ମହିଳା ଆରଆଇଙ୍କୁ ମାଡ ମାରିଲେ ମହିଳା ଓକିଲ-ସମ୍ବଲପୁର

ସମ୍ବଲପୁର: ମହିଳା ଆରଆଇଙ୍କୁ ମାଡ ମାରିଲେ ମହିଳା ଓକିଲ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ । ସୂଚନା ଅନୁଯାୟୀ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗୀତାଞ୍ଜଳି ପାଣିଗ୍ରାହୀ ନାମକ ଜଣେ ମହିଳା ଆରଆଇଙ୍କୁ ସୁରଞ୍ଜନି ବାରିକ ନାମକ ଜଣେ ମହିଳା ଆଇନଜୀବୀ ମାଡ ମାରିଛନ୍ତି । ଏନେଇ ସମ୍ବଲପୁର ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି ଗୀତାଞ୍ଜଳି । ଓକିଲଙ୍କ ମନ ମୁତାବକ ଜଣେ ବ୍ୟକ୍ତିଙ୍କ ସାର୍ଟିଫିକେଟ୍ ନକରାଇଦେବାରୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି ଆରଆଇ ।