ମାଓବାଦୀମାନେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଦଣ୍ଡିପଦର ଗାଁରୁ ୩ ଜଣଙ୍କୁ ଅପହରଣ-ମାଲକାନଗିରି

ମାଲକାନଗିରି: ପୁଣି ମାତିଲେ ମାଓବାଦୀ। ଗତକାଲି ବିଳମ୍ୱିତ ରାତିରେ ମାଓବାଦୀମାନେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଦଣ୍ଡିପଦର ଗାଁରୁ ୩ ଜଣଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ମାତ୍ର ସେମାନଙ୍କୁ କଣ ପାଇଁ ଅପହରଣ କରାଯାଇଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି। ଅନ୍ୟପକ୍ଷରେ ପରିବାର ଲୋକଙ୍କ ମଧ୍ୟରେ ଭୟରବାତାବରଣ ଖେଳିଯାଇଛି। ମାତ୍ର ଏ ସମ୍ପର୍କରେ ପୋଲିସ ପାଖରେ କୌଣସି ଖବନ ନଥିବା ଜଣାପଡ଼ିଛି। ପରିବାର ଲୋକଙ୍କ କହିବା ଅନୁସାରେ ଗତକାଲି ରାତି ୩ଟା ବେଳେ ମାଓବାଦୀମାନେ ସେମାଙ୍କୁ ଡାକି ନେଇଥିଲେ। ତା’ପରଠାରୁ ସେମାଙ୍କ ପତ୍ତା ମିଳୁନି। ପରିବାର ଲୋକେ ଚାରିଆଡେ ଖୋଜିଲେ ପାଇନଥିଲେ। ମାଲକାନଗିରି ସଦର ମହକୁମାଠାରୁ ୪୫ କିଲୋମଟର ଗଲେ ପଡ଼ିଥାଏ ମହୁପଦର। ଏଠାରୁ ୫ ଘଣ୍ଟା ପାହାଡ ଉପରେ ଚଲିଚାଲି ଗଲେ ପଡ଼ିଥାଏ ଏହି ଗାଁ ଦଣ୍ଡପଦର। ପୂର୍ବରୁ ଏହି ଗାଁରୁ ମାଓବାଦୀମାନେ ଅପହରଣ କରିଛନ୍ତି। କେତେବେଳେ କାହାକୁ ମାରିଛନ୍ତି ତ ଆଉ କାହାକୁ ଅପହରଣର ୨ରୁ ୩ ଦିନ ପରେ ଛାଡ଼ି ଦେଇଛନ୍ତି। ଏହାଛଡ଼ା ଏହି ଗାଁରେ ପ୍ରଜାମେଳି ଓ ପ୍ରଜାକୋର୍ଟ କରି ଦଣ୍ଡିତ କରିଥିବାର ନଜିର ରହିଛି।