ମାଟି ଅତଡ଼ା ଖସି ଦୁଇ ଶ୍ରମିକଙ୍କ ମୃତ୍ୟୁ-ଝାଡ଼ିବେଡ଼ା,ମୟୂରଭଞ୍ଜ

ବାରିପଦା: ଜଳ ସେଚନ ପ୍ରକଳ୍ପ କାମ ଚାଲିଥିବା ବେଳେ ମାଟି ଅତଡ଼ା ଖସି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିବେଳେ ୫ ଜଣ ଆହତ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଝାଡ଼ିବେଡ଼ା ଗାଁରେ ଘଟିଛି। ଗତକିଛି ଦିନ ହେଲା କରଞ୍ଜିଆ ଥାନା ଅଞ୍ଚଳରେ ଦେଓଜଳ ସେଚନ ପ୍ରକଳ୍ପ କାମ ଚାଲିଛି। ଆଜି ଝାଡ଼ିବେଡ଼ା ଗାଁରେ ଏକ ପୋଲ ନିର୍ମାଣ ପାଇଁ ମେଶିନ୍‌ ସାହାଯ୍ୟରେ ମାଟି ଖୋଳା ଯାଉଥିଲା। ଠିକା ସଂସ୍ଥା ଦ୍ୱାରା ନିୟୋଜିତ ଶ୍ରମିକମାନେ କାମରେ ନିୟୋଜିତ ହୋଇଥିଲେ। ୨୦ ଫୁଟ୍‌ ତଳେ ହଠାତ ମାଟି ଅତଡା ଖସି ପଡ଼ିବାରୁ ଶ୍ରମିକମାନେ ତଳେ ଚାପି ହୋଇ ଯାଇଥିଲେ। ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଜଣେ ଶ୍ରମିକଙ୍କ ମୃତଦେହକୁ ମାଟି ତଳୁ ବାହାର କରିଥିଲେ। ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କରଞ୍ଜିଆ ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତ୍ତି କରିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଜଣେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି।  ଠିକା ସଂସ୍ଥାର ଖାମ୍‌ଖିଆଲୀ ନୀତି ପାଇଁ ଏପରି ଘଟିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି।