ମାଲକାନଗିରି ଏସପିଙ୍କ ନିକଟରେ ୨ କ୍ୟାଡର ମାଓବାଦୀ ଆତ୍ମସର୍ମପଣ

ମାଲକାନଗିରି: ମାଲକାନଗିରି ଏସପିଙ୍କ ନିକଟରେ ୨ କ୍ୟାଡର ମାଓବାଦୀ ଆତ୍ମସର୍ମପଣ କରିଛନ୍ତି। ସେମାନ ହେଲେ  ସୂର୍ଯ୍ୟ ଓ ମାଳତୀ। ଉଭୟେ ବୈପାରୀଗୁଡ଼ା ଦଳମର ସଦସ୍ୟ ଥିଲେ। ସୂର୍ଯ୍ୟ କମାଣ୍ଡର ଓ ମହିଳା ମାଓବାଦୀ ମାଳତୀ ଡେପୁଟି କମାଣ୍ଡର ଥିଲେ। ସୂର୍ଯ୍ୟଙ୍କୁ ଧରାଇ ଦେବା ପାଇଁ ୫ଲକ୍ଷ ଟଙ୍କା ଓ ମାଳତୀ ପାଇଁ ୪ଲକ୍ଷ ଟଙ୍କାର ପୁରସ୍କାର  ଘୋଷଣା କରାଯାଇଥିଲା।