ମାଲାକନଗିରି ଜିଲ୍ଲା ସୀମାନ୍ତ ଛତିଶ ଗଡ଼ ରାଜ୍ୟ ସୁକୁମା ଜିଲ୍ଲାର କିସ୍ତିରାମ ଅଚଂଳରୁ ଜଣେ ବିଦେଶୀ ନାଗରିକ ନିଖୋଜ-କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜ ଅପହରଣ ସଂପର୍କରେ ଛତିଶଗଡ ଓ ଓଡିଶା ରାଜ୍ୟ ସରକାରଙ୍କୁ କୈଫତ

ମାଲକାନଗିରି,: ମାଲାକନଗିରି ଜିଲ୍ଲା ସୀମାନ୍ତ ଛତିଶ ଗଡ଼ ରାଜ୍ୟ ସୁକୁମା ଜିଲ୍ଲାର କିସ୍ତିରାମ ଅଚଂଳରୁ ଜଣେ ବିଦେଶୀ ନାଗରିକ ଗତକାଲିଠାରୁ ନିଖୋଜ ହୋଇ ଯାଇଛନ୍ତି, ସୁକମା ଜିଲ୍ଲା କିସ୍ତିରାମ ଅଚଳଟି ମାଓପ୍ରବଣ ହୋଇଥିବାରୁ ଓ ଦୁଇଦିନ ହେଲା ତାଙ୍କର କିଛି ପତା ମିଳୁନଥିବାରୁ ତାଙ୍କୁ ମାଓବାଦୀମାନେ ଅପହରଣ କରିନେଇ ଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି, ଏ ନେଇ ପୁଲିସ ପକ୍ଷରୁ ସୁକୁମା ଓ ମାଲକାନଗିରି ଜିଲ୍ଲା ସୀମାନ୍ତ ଅଚଂଳରେ ଯୋରଦାର ଖାନତଲାସି ଜାରି ରହିଛି। ବିଦେଶୀ ନାଗରିକ ଜଣଙ୍କ କାନାଡାରେ ତାଙ୍କ ଘର ବୋଲି ଜଣା ପଡିଛି, ସେ ଗତ ୨୪ ତାରିଖରୁ ମୁମ୍ବେଇ ଠାରୁ ବାହାରି ହାଇଦ୍ରାବାଦ, ତେଲାଙ୍ଗାନା ହୋଇ ଛତିଶଗଡ ସୁକମା ଜିଲ୍ଲାରେ ପହଁଚି ଥିଲେ। ଗତ କାଲି ସୁକୁମା ଓ ଓଡ଼ିଶାର ମାଲକାନଗିରି ଜିଲ୍ଲା ସୀମାନ୍ତ କିସ୍ତିରାମ ଜଙ୍ଗଲରେ ଥିବା କିଛି ଗାଁକୁ ଯାଇଥିବାର ଜଣାପଡିଛି, ତା’ପରଠାରୁ ତାଙ୍କର କିଛି ଖବର ଜଣାପଡ଼ୁନାହିଁ, ଏ ସଂପର୍କରେ ଟୁର ଟ୍ରାଭଲ୍ସ ଓ ଟୁର୍ ଗାଇଡଙ୍କୁ ସୁକୁମା ଜିଲ୍ଲା ପୁଲିସ ପଚରା ଉଚରା ଜାରି ରଖିଛି। କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜ ଏହି ବିଦେଶୀ ନାଗରିକ ଅପହରଣ ସଂପର୍କରେ ଛତିଶଗଡ ଓ ଓଡିଶା ରାଜ୍ୟ ସରକାରଙ୍କୁ କୈଫତ ମାଗିଥିବାର ଜଣାପଡିଛି।

Leave a Reply