ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଏନଏଚଆରଏମ କାର୍ଯ୍ୟାଳୟରେ ନିଆଁ-ବଲାଙ୍ଗୀର

ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ନିଆଁ । ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଏନଏଚଆରଏମ କାର୍ଯ୍ୟାଳୟରେ ନିଆଁ ଲାଗିଛି । ଏସିରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ଦମକଳ ବାହିନୀ ଦୁର୍ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ , ଏନଏଚଆରଏମରେ ଥିବା ଏସିରୁ ପ୍ରଥମେ ଧୂଅାଁ ବାହାରିବା ଦେଖାଯାଇଥିଲା । ପରେ ସେଥିରୁ ନିଆଁ ବାହାରିଥିଲା । ସେଠାରେ ଥିବା ସିକ୍ୟୁରିଟି ଗାର୍ଡ ଓ କର୍ମଚାରୀ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ । ତାପରେ ଦମକଳ ବାହିନୀକୁ ଡକାଯାଇଥିଲା । ସେମାନେ ଆସି ନିଆଁକୁ ଆୟତ୍ତ କରିଥିଲେ । ଏଥିରେ କିଛି କ୍ଷୟକ୍ଷତି ହୋଇନଥିବାର ସୂଚନା ରହିଛ । କାରଣ ଏହାର ଅତି ଶୀଘ୍ର ଆୟତ୍ତ କରାଯାଇପାରିଥିିଲା।