ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ଆଜି ପ୍ରକାଶ ପାଇବ-ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ଆଜି ପ୍ରକାଶ ପାଇବ। ଦିନ ୧୧ରେ ସିଏଚ୍‌ଏସ୍‌ଇ ୱେବସାଇଟ୍‌ www.chseodisha.nic.in www.odisharesult.nic.in ରେ ପରୀକ୍ଷାଫଳ ଉପଲବ୍ଧ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଘୋଷଣା କରିଛନ୍ତି। ଚଳିତବର୍ଷ କଳା, ବାଣିଜ୍ୟ ଓ ବିଜ୍ଞାନରେ ମୋଟ୍‌ ୨,୮୦,୭୦୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ବିଜ୍ଞାନରେ ୯୦,୯୯୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Leave a Reply