ଯୁବ ଚାଷୀ ଋଣବୋଝ ସହି ନ ପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ-ଖୋର୍ଧା

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ପରେ ଗୋଟିଏ ଚାଷୀ ଋଣଭାର ଏବଂ ଅଭାବୀ ବିକ୍ରିର ଶିକାର ହୋଇ ଆତ୍ମହତ୍ୟା କରୁଥିବା ଅଭିଯୋଗକୁ ନେଇ ରାଜ୍ୟବ୍ୟାପୀ ବିବାଦ ଥମି ନଥିବା ବେଳେ ଖୋର୍ଧା ଜିଲ୍ଲା ବୋଲଗଡ଼ା ବ୍ଲକ ଅସରଳା ଗ୍ରାମର ଜଣେ ଯୁବ ଚାଷୀ ଋଣବୋଝ ସହି ନ ପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାମ ଲକ୍ଷ୍ମୀଧର ସେଠୀ। ଗ୍ରାମବାସୀଙ୍କ କହିବାକୁ ଲକ୍ଷ୍ମୀଧର ଅଭାବ ଅନଟନରେ ରହି ଆସୁଥିଲେ। ଚାଷପାଇଁ ଋଣ ମଧ୍ୟ କରିଥିଲେ। କିନ୍ତୁ ଋଣ ସୁଝିବା ପାଇଁ ଅକ୍ଷମ ହେବାକୁ ଆଜି ସକାଳେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଅପରପକ୍ଷେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ପ୍ରଶାସନ ପକ୍ଷରୁ ଅସ୍ୱୀକାର କରାଯାଇଥିବା ବେଳେ ଆଜି ପ୍ରଶାସନିକ ଅଧିକାରୀମାନେ ଗ୍ରାମକୁ ଯାଇ ଅଭିଯୋଗର ସତ୍ୟାସତ୍ୟ ଜାଞ୍ଚ କରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

Leave a Reply