ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲ(ଆଇଜିଏଚ୍‌)ରେ ସାତ ଜଣିଆ କେନ୍ଦ୍ରୀୟ ଟିମ୍

ରାଉରକେଲା: ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲ(ଆଇଜିଏଚ୍‌)ରେ ଆଜି ପହଞ୍ଚିଛନ୍ତି ଏକ ସାତ ଜଣିଆ କେନ୍ଦ୍ରୀୟ ଟିମ୍। ଏହି ଟିମ୍ ଡାକ୍ତରଖାନାର ଭିତ୍ତିଭୂମି ସମୀକ୍ଷା କରୁଛି। ଆଇଜିଏଚ୍‌କୁ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରାଯିବାକୁ ଥିବାରୁ ଏହି ୭ ଜଣିଆ ଟିମ୍ ଏହାର ଭିତ୍ତିଭୂମି ସମୀକ୍ଷା କରିବାକୁ ଆସିଛି।

ଆଇଜିଏଚ୍‌କୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବା ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।  ଏପରିକି ଆଇଜିଏଚ୍‌କୁ ମେଡିକାଲ କଲେଜ କରିବା ପାଇଁ ବି ଘୋଷଣା ହୋଇଥିଲା।  ତେବେ କାମରେ ବିଳମ୍ବ ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପି ବିଧାୟକ ଦିଲୀପ ରାୟ ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।