ରାଖୀ ସହିତ ହେଲ୍‌ମେଟ୍‌ ଟିଏ ଭାଇମାନଙ୍କୁ ଉପହାର ଦେବା ପାଇଁ ଆହ୍ୱାନ-ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମା ଅବସରରେ ପୁରୀ ବେଳା ଭୂମିକରେ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା କଳା କରିଛନ୍ତି। ଏଥିରେ ରାଖୀର ଚିତ୍ର ରହିଛି। ତା’ସହିତ ବାଲିରେ ସେ ଏକ ହେଲ୍‌ମେଟ୍ କରିଛନ୍ତି। ହେଲ୍‌ମେଟ୍‌ ହେଉଛି ତାଙ୍କର ଏ ବର୍ଷର ରାଖୀ ପାଇଁ ଥିମ୍। ଭାଇମାନଙ୍କ ସୁରକ୍ଷା ପାଇଁ ଭଉଣୀମାନେ ରାଖୀ ସହିତ ହେଲ୍‌ମେଟ୍‌ ଟିଏ ଭାଇମାନଙ୍କୁ ଉପହାର ଦେବା ପାଇଁ ସେ ଆହ୍ୱାନ କରିଛନ୍ତି। ଅନେକ ସମୟରେ ଦେଖାଯାଉଛି ଅନେକ ଯୁବକ ହେଲ୍‌ମେଟ୍ ନ ପିନ୍ଧି ଗାଡ଼ି ଚଳାଉଛନ୍ତି। ସଡ଼କ ଦୁର୍ଘଟଣାରେ ଅନେକଙ୍କ ଜୀବନ ଯାଉଛି। ତେଣୁ ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁଦର୍ଶନ ପଟ୍ଟନାୟକ ଏଥର ରାଖୀରେ ତାଙ୍କ ବାଲୁକା କଳାରେ ଏଭଳି ଏକ ଥିମ୍ ରଖିଛନ୍ତି ଏବଂ ଭାଇମାନଙ୍କୁ ରାଖୀ ବାନ୍ଧିବା ସହ ହେଲ୍‌ମେଟ୍‌ ଟିଏ ଉପହାର ଭାବେ ଦେବାକୁ ସେ ଆହ୍ୱାନ ଦେଇଛନ୍ତି।