ରାଜଧାନୀ ଉପକଣ୍ଠରେ ଚୋରା ବନ୍ଧୁକ ରାକେଟ ଠାବ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଚୋରା ବନ୍ଧୁକ ରାକେଟ ଠାବ କରାଯାଇଛି। ଆଜି ଉତ୍ତରା ନିକଟରୁ କୁଇକ୍ ଆକ୍ସନ ଟିମ୍ ଏହି ରାକେଟ ଠାବ କରିଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨ଟି ବନ୍ଧୁକ ମଧ୍ୟ ଜବତ କରାଯାଇଛି । ତେବେ ଚୋରା ବନ୍ଧୁକ କେଉଁଠୁ ଆସୁଥିଲା ଓ କାହାକୁ ଦିଆଯାଉଥିଲା ପୋଲିସ୍‌ ଘଟଣା ତଦନ୍ତ କରୁଛି।