ରାଜ୍ୟ ସରକାର ପ୍ରଶାସନିକସ୍ତରରେ ଅଦଳବଦଳ , ଭୁବନେଶ୍ୱର

ଭୁବନେଶ୍ୱର : ରାଜ୍ୟ ସରକାର ପ୍ରଶାସନିକସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି। ଖୋର୍ଦ୍ଧା ଜିଲାପାଳ ରୂପା ରୋସନ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଥିବା ବେଳେ ଆଇଏଫ୍‌ଏସ୍‌ ଅଧିକାରୀ ସୁବାସ ଚନ୍ଦ୍ର ମିଶ୍ର ରାଜ୍ୟ ପିସିସିଏଫ୍‌ ଭାବେ ନିଯୁକ୍ତ ହୋଇଛନ୍ତି ସେହିପରି ପ୍ରଦୀପ ବିଶ୍ୱାଳ ସାଧାରଣ ପ୍ରଶାସନ, ପେନସନ  ଓ  ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ଅବସ୍ଥାପିତ ହୋଇଥିବା ବେଳେ ଡି.କେ.ଜେନାଙ୍କୁ ଯୋଜନା ଓ ସମନ୍ଵୟ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି।