ରାଷ୍ଟ୍ରୀୟ ଖେଳ ପୁରସ୍କାର – ବକ୍ସିଂରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓଡ଼ିଶାର ବ୍ରଜଭୂଷଣ ମହାନ୍ତି

ନୂଆଦିଲ୍ଲୀ : ଖେଳରେ ଉତ୍କୃଷ୍ଟତାପାଇଁ ଏବଂ ଉତ୍କୃଷ୍ଟ ଖେଳାଳୀ ତଥା ଖେଳପ୍ରଶିକ୍ଷକ ତଥା ଗୁରୁମାନଙ୍କୁ ପ୍ରତ୍ୟେକ ବର୍ଷ ରାଷ୍ଟ୍ରୀୟ ଖେଳ ପୁରସ୍କାର ଦିଆଯାଇଥାଏ। ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ଚାରି ବର୍ଷ ମଧ୍ୟରେ ଖେଳ କ୍ଷେତ୍ରରେ ଭଲ ଏବଂ ସବୁଠାରୁ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଦିଆଯାଇଥଏ। ସେହିପରି ଅର୍ଜୁନ ପୁରସ୍କାର ମଧ୍ୟ ଚାରି ବର୍ଷ ଲଗାତର ଭଲ ପ୍ରଦର୍ଶନ କଲେ ଦିଆଯାଇଥାଏ। ଅନ୍ତରାଷ୍ଟ୍ରୀୟ ସ୍ତରରେ ପଦକ ବିଜେତା ଖେଳାଳୀମାନଙ୍କୁ ପ୍ରଶିକ୍ଷଣ ଦେଉଥିବା କୋଚମାନଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଏ। ସେହିପରି ଅନ୍ତରାଷ୍ଟ୍ରୀୟ ସ୍ତରରେ ଖେଳର ବିକାଶ ପାଇଁ ଯୋଗଦାନ ପାଇଁ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ଖେଳ ମନ୍ତ୍ରଣାଳୟ ପକ୍ଷରୁ ଉପରୋକ୍ତ ପୁରସ୍କାର ଘୋଷଣା କରାଯାଇଛି। ବକ୍ସିଂରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓଡ଼ିଶାର ବ୍ରଜଭୂଷଣ ମହାନ୍ତିଙ୍କୁ ଦିଆଯିବ। ଏଥି ପାଇଁ  ବଡ଼ ସଂଖ୍ୟାରେ ନାମାଙ୍କନ ପ୍ରାପ୍ତ ହୋଇଥାଏ। ପୂର୍ବ ଅଲମ୍ପିୟନ ଅର୍ଜୁନ ପୁରସ୍କାର ବିଜେତା ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ଧ୍ୟାନଚଂଦ ପୁରସ୍କାର ବିଜେତା ଖେଳ ପତ୍ରକାର / ବିଶେଷଜ୍ଞ / ଟିପ୍ପଣୀକାର ଏବଂ ଖେଳ ପ୍ରଶାସକଙ୍କ ମିଳିତ ଚୟନ ସମିତି ଦ୍ୱାରା ବିଚାର କରାଯାଇ ଚୟନ କରାଯାଇଥାଏ। ରାଜୀବ ଗାନ୍ଧୀ ଖେଳ ରତ୍ନ ଏବଂ ଅର୍ଜୁନ ପୁରସ୍କାର ପାଇଁ ନ୍ୟାୟମୂର୍ତ୍ତି ସି.କେ.ଠକ୍କର (ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବ ବିଚାରପତି ତଥା ହିମାଚଳ ଏବଂ ବମ୍ବେ ଉଚ୍ଚ ନ୍ୟାଯାଳୟର ପୂର୍ବତନ ମୁଖ୍ୟ ବିଚାରପତି)ଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ ସମିତି ଦ୍ୱାରା ଚୟନ କରାଯାଇଥାଏ। ସେହିପରି ଦ୍ରୋଣାଚାର୍ଯ୍ୟ ପୁରସ୍କାର ଏବଂ ଧ୍ୟାନଚନ୍ଦ ପୁରସ୍କାର ପାଇଁ ଶ୍ରୀ ପୁଲେଲା ଗୋପୀଚନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ ସମିତି ଦ୍ୱାରା ଚୟନ କରାଯାଇଛି।

ରାଜୀବ ଗାନ୍ଧୀ ଖେଲ ରତ୍ନ ପାଇଁ ଶ୍ରୀ ଦେବେନ୍ଦ୍ର (ପାରା ଆଥଲେଟ), ଶ୍ରୀ ସରଦାର ସିଂହ (ହକୀ) ଙ୍କୁ ଚୟନ କରାଯାଇଥିବା ବେଳେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସ୍ୱର୍ଗୀୟ ଡ. ଆର.ଗାନ୍ଧୀ (ବ୍ୟାୟାମ), ହୀରା ନନ୍ଦ କଟାରିୟା (କବଡ୍ଡୀ), ଜି.ଏସ.ଏସ.ବି ପ୍ରସାଦ ବ୍ୟାଡମିଣ୍ଟନ (ଲାଇଫଟାଇମ), ଶ୍ରୀ ବୃଜ ଭୂଷଣ ମହାନ୍ତି, (ବକ୍ସିଂଗ/ଲାଇଫଟାଇମ), ପି.ଏ.ରାଫେଲ୍ (ହକୀ/ଲାଇଫଟାଇମ), ସଂଜୟ ଚକ୍ରବର୍ତ୍ତି (ଶୁଟିଙ୍ଗ/ଲାଇଫଟାଇମ), ରୋଶନ ଲାଲ (କୁସ୍ତି/ଲାଇଫଟାଇମ) ଚୟନ କରାଯାଇଛି। ସାହିପରି ଅର୍ଜୁନ ପୁରସ୍କାର ସୁଶ୍ରୀ ବି.ଜେ. ସୁରେଖା (ତୀରଂଦାଜି), ସୁଶ୍ରୀ ଖୁଶବୀର କୌର (ବ୍ୟାୟାମ), ଅରକୂରାଇବ (ବ୍ୟାୟାମ),  ସୁଶ୍ରୀ ପ୍ରଶାଂତି ସିଂହ (ବାସ୍କେଟବାଲ), ଉପ ଲୈଶରାମ ଦେବେନ୍ଦ୍ରୋ ସିଂହ (ମୁକ୍କେବାଜୀ), ଚେତେଶ୍ୱର ପୁଜାରା (କ୍ରିକେଟ), ସୁଶ୍ରୀ ହରମନପ୍ରୀତ କୌର (କ୍ରିକେଟ), ସୁଶ୍ରୀ ଓଇନମବେମ୍ବମ ଦେବୀ (ଫୁଟବଲ), ଶ୍ରୀ ଏସ.ଏସ.ପି. ଚୌରାସିଆ (ଗୋଲ୍ଫ), ଏସ ୱୀ ସୁନୀଲ, (ହକୀ) ଶ୍ରୀ ଜସୱୀର ସିଂହ (କବଡ୍ଡୀ), ପି.ଏନ.ପ୍ରକାଶ (ଶୁଟିଂଗ), ଏ ଅମାଲରାଜ (ଟେବଲ ଟେନିସ), ସକ୍ତମନୀନୀ (ଟେନିସ), ଶ୍ରୀ ସତ୍ୟବର୍ତ୍ତ କାଦିୟନ (କୁସ୍ତି), ମରୀୟପ୍ପନ (ପାରା ଏଥଲିଟ), ବରୁଣ ସିଂହ ଭାଟୀ (ପାରା ଏଥଲିଟ), ଧ୍ୟାନଚନ୍ଦ ପୁରସ୍କାର ପାଇଁ  ଭୂପେଂଦ୍ର ସିଂହ (ବ୍ୟାୟାମ), ସୈୟଦ ଶାହିଦ ହାକିମ (ଫୁଟବଲ), ସୁଶ୍ରୀ ସୁମାରାଈ ଟେଟେ (ହକୀ) ଏହି ପୁରସ୍କାର, ଚଳିତମାସ ଅଗଷ୍ଟ, 29, ତାରିଖରେ ରାଷ୍ଟ୍ରପତି ଭବନରେ ବିଶେଷ ରୂପରେ ସଂଗଠିତ ସମାରୋହରେ ପୁରସ୍କାର ବିଜେତାଙ୍କୁ ଭାରତର ରାଷ୍ଟ୍ରପତି ପ୍ରଦାନ କରିବେ। ଏକ ପଦକ ଏବଂ ଏକ ଉତ୍ତରଣ ସହିତ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ବିଜେତାଙ୍କୁ ୭.୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଥାଏ। ସେହିପରି ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ଏବଂ ଧ୍ୟାନଚନ୍ଦ ପୁରସ୍କାର ବିଜେତାଙ୍କୁ ପ୍ରତିମା, ପ୍ରମାଣ ପତ୍ର ସହିତ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଥାଏ। ଓଡ଼ିଶାରୁ ବ୍ରଜଭୂଷଣ ମହାନ୍ତିଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିବା ଘୋଷଣା ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।