ଶିଶୁକନ୍ୟାକୁ ଅପହରଣ ଓ ହତ୍ୟା ଘଟଣାରେ ପୁଲିସ ଗୋଟିଏ ପରିବାରର ତିନିଜଣକୁ ଗିରଫ,କୋରାପୁଟ

କୋରାପୁଟ : ସୋରିଷପଦର ଗ୍ରାମର ଶିଶୁକନ୍ୟାକୁ ଅପହରଣ ଓ ହତ୍ୟା ଘଟଣାରେ ପୁଲିସ ଗୋଟିଏ ପରିବାରର ତିନିଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମୃତ ଭୂମିକାର ପଡୋଶୀ ବିଭିଷଣ ପାଣ୍ଡେକା, ସ୍ତ୍ରୀ ରାଧିକା ପାଣ୍ଡେକା ଏବଂ ଝିଅ ସୁମି ପାଣ୍ଡେକା। ଘର ଠାକୁରାଣୀଙ୍କୁ ସନ୍ତୁଷ୍ଟି କରି ଧନପ୍ରାପ୍ତି ଲାଭ କରିବାକୁ କାହାକୁ ହତ୍ୟା କରି ତା ବେକ,ଛାତିର ରକ୍ତ, ବାମ ହାତର କାଣି ଆଙ୍ଗୁଠି ଠାକୁରାଣୀଙ୍କ ପାଖେ ଦେଇ ପୂଜା କଲେ ସେ ତୁମ ଉପରେ ସନ୍ତୋଷ ଲାଭ କରି ତୁମ ମନସ୍କାମନା ପୂରଣ କରିବେ ବୋଲି ସ୍ୱପ୍ନାଦେଶ ହେବା ପରେ ସେ ପରିବାର ଲୋକଙ୍କ ସହାୟତାରେ ଭୂମିକାକୁ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ବିଭିଷଣ ପୁଲିସ ନିକଟରେ ବିସ୍ଫୋରକ ବୟାନ ଦେଇଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ପୁଲିସ ହତ୍ୟାରେ ବ୍ୟବହୃତ ଛୁରୀ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଆଇପିସି ଧାର ୩୦୨,୩୬୩,୨୦୦,୩୪ ଏବଂ ଆଟ୍ରୋସିଟିରେ ମାମଲା ରୁଜୁ ହୋଇଥିବାବେଳେ ଏସଡିପିଓ ବଳଭଦ୍ର ଦୀପ ଓ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ଦେବ କୁମାର ଗୋମାଙ୍ଗ ସୂଚନା ଦେଇଛନ୍ତି।