ଶୀତଳ ଷଷ୍ଠୀ ବଲାଙ୍ଗୀର ମୁଖ୍ୟ ରାସ୍ତା ରେ ଦହି ଚଲା (ଦହି ପାଣି ) ଶିବିର ଆୟୋଜିତ-ବଲାଙ୍ଗୀର କୁଲତା ସମାଜ

ଆଜି ଶୀତଳ ଷଷ୍ଠୀ ରେ ମହାପ୍ରଭୁ ଶିବ ଓ ପାର୍ବତୀ ଙ୍କର ନଗର ପରିକ୍ରମା ମହା ଆଡମ୍ବର ସହକାରେ ସମାପନ ହୋଇଥିଲା | ନଗର ପରିକ୍ରମା ଦେଖିବାକୁ ବହୁ ଲୋକ ସମାଗମ ହୋଇଥିଲା | ସକାଳେ କିଛି ବର୍ଷା ହେଲେ ମଧ୍ୟ ଖରା ଆଉ ଗୁଲୁ ଗୁଳି ରେ ଲୋକ ଅତିଷ୍ଠ ହୋଇପଡୁଥିଲେ | ହେଲେ ଦେବ ଦମ୍ପତି ଙ୍କ ଦର୍ଶନ ପାଇଁ ବହୁତ ଭିଡ ହୋଇଥିଲା | ଏ ସମୟରେ ସ୍ଥାନୀୟ ବଲାଙ୍ଗୀର ମୁଖ୍ୟ ରାସ୍ତା ରେ ବଲାଙ୍ଗୀର କୁଲତା ସମାଜ ତରଫରୁ ସମସ୍ତ ଦର୍ଶକ ମାନଙ୍କ ପାଇଁ ଏକ ଦହି ଚଲା (ଦହି ପାଣି ) ଶିବିର ଆୟୋଜିତ କରା ଯାଇଥିଲା | ଏ ଶିବିର କୁ କୁଲତା ସମାଜ ର ସଭାପତି ଶ୍ରୀ ରାହାସ ବିହାରୀ ମାଝୀ ପ୍ରଥମେ ପାଣି ଦେଇ ଲୋକଙ୍କୁ ଶିବିର ର ଉଦ୍ଘାଟନ କରି ଥିଲେ | ତାଙ୍କ କହିବା ଅନୁସାରେ ପ୍ରାୟ ୧୦ ହଜାର ଲୋକଙ୍କ ପାଇଁ ବନ୍ଦୋବସ୍ଥ କରା ଯାଇଥିଲା ଓ ୨ ହଜାର ଲିଟର ଦହି ପାଣି ର ଆୟୋଜନ କରା ଯାଇଥିଲା | ଶିବିର କୁ ସୁଚାରୁ ରୂପେ ବଲାଙ୍ଗୀର କୁଲତା ସମାଜ ର ଯୁବ ଗୋଷ୍ଠୀ ପରିଚାଳନା କରି ଥିଲେ | ଉପ ସଭାପତି ଶ୍ରୀ ସୁରଥ ପଧାନ ଓ ସତ୍ୟବ୍ରତ ଗଡ଼ତିଆ, ସମ୍ପାଦକ ଶ୍ରୀ ବୁଡୁ ପଧାନ, ଯୁଗ୍ମ ସମ୍ପାଦକ ଶ୍ରୀ ସୁଧୀର କୁମାର ଭୋଇ, କ୍ୟାସିଅର ଶ୍ରୀ ବୃଷଭ ସା ତଥା ସମସ୍ତ ଉପଦେଷ୍ଟା ମଣ୍ଡଳୀ ସହ ଯୁବ ଗୋଷ୍ଠୀ କାର୍ଯ୍ୟକାରୀ ସଭ୍ୟ ଶ୍ରୀ ରାମ ଚନ୍ଦ୍ର ଭୋଇ, ବିକାଶ ବାରିକ, ଜିତେନ୍ଦ୍ର ଭୋଇ, ଶାନ୍ତନୁ ଭୋଇ, ପିଙ୍କୁ ପଧାନ ସହ ଅନ୍ୟାନ୍ୟ କର୍ମ କର୍ତା ଯୋଗ ଦେଇ ଥିଲେ |

Leave a Reply