ଶୋଇଥିବା ଅବସ୍ଥାରେ ଏକ ୪ ବର୍ଷର ଶିଶୁକୁ ବାଘ ଟେକି ନେଇ ଖାଇ ଦେଇଥିବା ଚର୍ଚ୍ଚାର ବିଷୟ-ନୂଆପଡ଼ା

ନୂଆପଡ଼ା : ଶୁକ୍ରବାର ରାତିରେ ଘରେ ବାପା ଶୋଇଥିବା ଅବସ୍ଥାରେ ଏକ ୪ ବର୍ଷର ଶିଶୁକୁ ବାଘ ଟେକି ନେଇ ଖାଇ ଦେଇଥିବା ସମଗ୍ର ନୂଆପଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଖବର ପାଇ ପୁଲିସ ଓ ବନବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନାବାଳକ ଶରୀରର କିଛି ଅଂଶ ଜବତ କରିଛନ୍ତି। ଅପରପକ୍ଷେ ଏକ ଶିଶୁକୁ ବାଘ ଘରୁ ଟେକି ନେଇ ଖାଇଦେବା ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ଜନକ ପରିସ୍ଥିତି ସୃଷ୍ଟି କରିଛି। ଗାଁ ପାଖରେ ଗୁଡାଏ ପଥର ଗୁମ୍ଫା ଥିବାରୁ ମଣିଷଖିଆ ବାଘଟି ତା ଭିତାରେ ଲୁଚି ରହିଥିବା ନେଇ ବନବିଭାଗ ଆଶଙ୍କା ପ୍ରକାଶ କରୁଛି। ବନବିଭାଗ ଏହି ମଣିଷଖିଆ ବାଘକୁ ଧରିବା ପାଇଁ ସମଗ୍ର ଅଞ୍ଚଳରେ ଖୋଜାଖୋଜି କରୁଥିବା ବେଳେ ଲୋକେ ସନ୍ଧ୍ୟା ପରେ ସଜାଗ ରହିବାକୁ ବନବିଭାଗ ପକ୍ଷରୁ ସତର୍କ କରି ଦିଆଯାଇଛି। ଖରିଆର ରୋଡ୍‌ ବନାଞ୍ଚଳର ଅନ୍ତର୍ଗତ ହଳଦୀ ଗ୍ରାମର ହୀରାଲାଲ ପାଣ୍ଡେଙ୍କ ୪ ବର୍ଷର ପୁଅ ଛଗନଲାଲା ଗତକାଲି ରାତିରେ ବାପା ମାଙ୍କ ସହିତ ଶୋଇଥିଲା । ତେବେ ରାତିରେ ଏକ କଲାରା ପତରିଆ ବାଘ ଘରେ ପଶି ଛଗନଲାଲଙ୍କୁ ଉଠାଇ ନେଇଥିଲା। ସକାଳୁ ଛଗନଲାଲଙ୍କୁ ପରିବାର ଲୋକ ପାଇ ନ ଥିବା ବେଳେ ଘର ଦୁଆରମୁହଁରୁ ଜଙ୍ଗଲ ଆଡକୁ ରକ୍ତ ଦାଗ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେହି ରକ୍ତଦାଗକୁ ଅନୁସରଣ କରି ଜଙ୍ଗଲରେ ଦେଖିଲା ବେଳକୁ ଛଗନକୁ କଲରାପତରିଆ ବାଘଟି ଖାଇ ଦେଇଥିବା ବେଳେ କେବଳ ତାର ମୁଣ୍ଡ ଓ ହାତ ଗୋଡର ହାଡ଼ ସହିତ କିଛି ମାଂସ ଲାଗି ସେଠାରେ ପଡ଼ିଛି। ଏହାକୁ ନେଇ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଖରିଆର ରାଡ ଡେପୁଟି ରେଞ୍ଜ ଅଫିସର କହିଛନ୍ତି ଯେ ମୃତ ଛଗନଲାଲଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତ ପ୍ରଦାନ କରାଯିବ। ସେହିପରି ଗତ ସପ୍ତାହ ତଳେ ଏହି କଲରାପତରିଆ ବାଘର ଆବିର୍ଭାବ ସମ୍ପର୍କରେ ଲୋକମାନଙ୍କୁ ସତର୍କ କରି ଦିଆଯାଇଥିଲା। ଏବେ ବି ଲୋକେ ସନ୍ଧ୍ୟା ପରେ ଘର ଭିତରେ ରହିବାକୁ ଲୋକମାନଙ୍କୁ ବନବିଭାଗ ପକ୍ଷ ଅନୁରୋଧ କରାଯାଇଛି । ତେବେ ମଣିଷ ରକ୍ତ ବାଘ ପାଟିରେ ଲାଗିଥିବାରୁ ସେ ଅଧିକ ଆକ୍ରମଣ କରିପାରେ ବୋଲି ସାଧାରଣରେ ଆଲୋଚନା ହେଉଛି।