ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ନୀତିସବ୍ କମିଟି ବୈଠକ

ପୁରୀ : ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ନୀତିସବ୍ କମିଟି ବୈଠକ। ବିଶେଷ କରି ଜୁନ୍ ୧୯ରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ କିଭଳି ନୀତି ଶୃଙ୍ଖଳିତ କରାଯିବ ସେନେଇ ବୈଠକରେ ଆଲୋଚନା କରାଯାଇଛି। ସେପଟେ ଗୁଣ୍ଡିଚା ମନ୍ଦିରରେ ନୀତି ଉପରେ ବିଶେଷ ଆଲୋଚନା ହୋଇଛି।୨୦୧୩ର ନିଷ୍ପତ୍ତି ଅନୁଯାୟୀ ଓ ୨୦୧୪ ମସିହାରେ ଶ୍ରୀମନ୍ଦିରର ପରିଚାଳନା କମିଟିର ନିଷ୍ପତ୍ତି ଆନୁଯାୟୀ ସେବାୟତଙ୍କ ଅଧିକାରକୁ ଅକ୍ଷୁର୍ଣ୍ଣ ରଖାଯାଉ। ନବଯୌବନ ଦର୍ଶନ ସମୟରେ ସଂଧ୍ୟା ଆଳତୀ ପରେ ମୁଦୁଲି ଦ୍ୱାର ଦେଇ ପ୍ରବେଶ କରି ଜୟ ବିଜୟ ଦ୍ୱାର ଦେଇ ଦର୍ଶନ କରିବାପରେ ଘଣ୍ଟିଦ୍ୱାର ପଟେ ସେବାୟତଙ୍କ ପରିବାର ଲୋକେ ଦର୍ଶନ କରିବା ପାଇଁ ବ୍ୟବସ୍ଥା ହୋଇଛି। ସେପଟେ ମହପ୍ରଭୁଙ୍କ ରଥଯାତ୍ରକୁ ସେବାୟତଙ୍କ ପକ୍ଷରୁ ଶୃଙ୍ଖଳିତ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ଆଉ ଏଥିପାଇଁ ସମସ୍ତ ସେବାୟକଙ୍କ ସହଯୋଗ ଆବଶ୍ୟକ। ସେପଟେ ଛତିସା ନିଯୋଗ ବୈଠକରେ ସେବାୟତଙ୍କ ଦାବୀକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ପାଇଁ ଯୋଜନା ହୋଇଛି। ତେବେ ସମସ୍ତ ସେବାୟତଙ୍କୁ ନେଇ ବୈଠକ ହୋଇଥିବା ବେଳେ ରଥଯାତ୍ରାକୁ ନେଇ ଅନେକ ପଦକ୍ଷେପ ଦିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।