ଷ୍ଟେଟ ବ୍ୟାଙ୍କ୍ ପକ୍ଷରୁ ଗୃହ ଋଣରେ ସୁଧ ହାର ହ୍ରାସ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ୍ ପକ୍ଷରୁ ଗୃହ ଋଣରେ  ସୁଧ ହାର ହ୍ରାସ କରାଯାଇଛି। ୭୫ଲକ୍ଷରୁ  ଊର୍ଦ୍ଧ୍ୱ ଗୃହ ଋଣ ଉପରେ  ସୁଧ ହାର ହ୍ରାସ କରାଯାଇଛି । ତେବେ ଏଥିରେ କର୍ମଜୀବୀ ମହିଳାଙ୍କ ପାଇଁ କିଛିମାତ୍ରାରେ ଅଧିକ ସୁବିଧା ରଖାଯାଇଛି। କର୍ମଜୀବୀ ମହିଳାଙ୍କ ପାଇଁ ଗୃହ ଋଣ ସୁଧ ୮.୫୫ % ରହିଛି। ଅନ୍ୟମାନଙ୍କ ପାଇଁ ଏହି ସୁଧ ହାର ୮.୬୦% ରହିଛି । ଜୁନ ୧୫ ତାରିଖରୁ ଏହି ନିୟମ ଲାଗୁ ହେବ। ଗୃହ ଋଣ କ୍ଷେତ୍ରରେ ଅନ୍ୟ ବ୍ୟାଙ୍କ ଅପେକ୍ଷା ଷ୍ଟେଟ ବ୍ୟାଙ୍କ ସୁଧହାର କମ୍ ରହିଛି। ଏହି ସୁବିଧା ଦ୍ୱାରା ନୂଆ ଘର ପାଇଁ ଦେଖୁଥିବା ସ୍ୱପ୍ନ ଶୀଘ୍ର ପୂରଣ ହୋଇପାରିବ ।