ସବୁଠାରୁ ଧନୀ ଜିଲ୍ଲା ରତ୍ନଗର୍ଭା କେନ୍ଦୁଝର ଜିଲ୍ଲାରେ ଦାଦାନର କରୁଣ ଚିତ୍ର

କାମଧନ୍ଦାର ଲୋଭ ଦେଖାଇ ବାପାମାଙ୍କ ଅନୁପସ୍ଥିତିରେ ଜଣେ ଦଲାଲ କେନ୍ଦୁଝର ବାଂଶପାଳ ବ୍ଲକ କୁଆଁର ପଂଚାୟତର ଆଦିବସୀ ଅଧ୍ୟୁଷିତ ନିପୋ ଗ୍ରାମରୁ ୧୨ ଜଣ ଆଦିବାସୀ ନାବାଳିକାଙ୍କ ନେଇ ପଳାଇଥିଲା। ୮ମାସ ହେବ ସେମାନଙ୍କର କୌଣସି ଖୋଜଖବର ନମିଳିବାରୁ ଏବଂ ଉକ୍ତ ଦଲାଲ ତାର ମୋବାଇଲ ଫୋନ ଉଠାଉନଥିବାରୁ ଶେଷରେ ବାପାମା ଗତ ଫେବୃଆରୀ ୬ ତାରିଖ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ବାପାମାଙ୍କ ଅଭିଯୋଗ ଅନୁଯାୟୀ କେନ୍ଦୁଝର ହରିଚନ୍ଦନପୁର ବ୍ଲକର ସେମାଗିରି ଅଂଚଳର ଯୁବକ ରଞ୍ଜନ ସନଙ୍ଗି ତାଙ୍କ ଗ୍ରାମର ଜଣକ ଘରକୁ କୁଣିଆ ଆସିଥିବା ବେଳେ ଏକ ମିଠା ଫ୍ୟାକ୍ଟ୍ରିରେ କାମ କରାଇଦେବ ଏବଂ ଭଲ ପଇସା ମିଳିବ କହି ସେ ଗ୍ରାମରର ଝିଅମାନଙ୍କୁ ବୁଝାଇଥିଲା ଏବଂ ଦିନେ ବାପ ମା ମାନେ ମୁଲ ମଜୁରୀ ପାଇଁ ବାହାରକୁ ଯାଇଥିବା ବେଳେ ସେ ଗ୍ରାମର ୧୨ଜଣ ଝିଅଙ୍କୁ ନେଇ ପଳାଇଥିଲା। ସମସ୍ତ ଝିଅ ମାନଙ୍କ ବୟସ ୧୨ରୁ ୧୬ବର୍ଷ ଭିତରେ। ଅଭିଯୋଗ ପାଇବାପରେ ଏବଂ ଖବର ପ୍ରସାରିତ ପରେ ପ୍ରଶାସନ ତତ୍ପରତା ଦେଖାଇ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଇତିମଧ୍ୟରେ ଜିଲ୍ଲା ମଙ୍ଗଳ ଏବଂ ଶ୍ରମବିଭାଗ ମିଳିତ ଭାବେ ଅନୁସନ୍ଧାନ କରି ଦିଲ୍ଲୀରୁ ସେମାନଙ୍କ ମଧ୍ୟରୁ ୪ଜଣ ନାବାଳିକାଙ୍କୁ ଦିଲ୍ଲୀରୁ ଉଦ୍ଧାର କରବାରେ ସକ୍ଷମ ହୋଇଛନ୍ତି ଏବଂ ସେମାନଙ୍କୁ ଆାଜି ଆଣାଯାଇ ପ୍ରଥମେ ଶିଶୁ ସୁରକ୍ଷା ସେଲ ନିକଟରେ ହାଜର କରାଯାଇଛି। ଅନ୍ୟମାନଙ୍କୁ ଉଦ୍ଧାର କରିବାକୁ ମଧ୍ୟ ଉଦ୍ୟମଜାରି ରହିଥିବା ପ୍ରଶାସନ କହିଛି।

Leave a Reply