ସମ୍ବଲପୁରରେ ୨୩ ମଣ୍ଡି ବନ୍ଦ : ୧୬୩୬୦ ଚାଷୀଙ୍କଠାରୁ ୨୬୮୨୨୫୪ ବସ୍ତା ଧାନ କ୍ରୟ

ସମ୍ବଲପୁର : ସମ୍ବଲପୁର ଜିଲ୍ଳାରେ ମଇ ୧୦ ତାରିଖରେ ଧାନମଣ୍ଡି ଖୋଲିବା ସହ ଚାଷୀଙ୍କ ଠାରୁ ରବି ଧାନ ସଂଗ୍ରହ ଆରମ୍ଭ ହୋଇଥିଲା। ଆରଏମସି ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୧୭ ତାରିଖ ଶନିବାର ସୁଦ୍ଧା ଜିଲ୍ଳାର ୧୮ଟି ମଣ୍ଡି ବନ୍ଦ ହୋଇଯାଇଥିବା ବେଳେ ଗତକାଲି ଆଉ ୫ଟି ମଣ୍ଡିକୁ ବନ୍ଦ କରାଯାଇଛି। ସୋମବାର ରେମେଡ଼ ମଣ୍ଡିରେ ୩ ଜଣ ଚାଷୀଙ୍କ ୧୫୬ ବସ୍ତା, ନୂଆମୂରାରେ ଜଣେ ଚାଷୀଙ୍କ ଠାରୁ ୪୨ ବସ୍ତା, ପରମାଣପୁରରେ ୧୩ ଜଣ ଚାଷୀଙ୍କ ଠାରୁ ୧୨୭୭ ବସ୍ତାର, ତାଲବରେ ୧୦ ଜଣ ଚାଷୀଙ୍କ ଠାରୁ ୧୦୫୫ ବସ୍ତା ଓ ବାହାମରେ ୧୨ ଜଣ ଚାଷୀଙ୍କ ଠାରୁ ୧୦୩୦ ବସ୍ତା ଧାନ ସଂଗ୍ରହ କରିବା ପରେ ଏହି ପ୍ରକ୍ରିୟା ଶେଷ ହୋଇଛି। ଏହା ସହିତ ୨୪ଟି ମଣ୍ଡି ମଧ୍ୟରୁ ୨୩ଟି ମଣ୍ଡିରେ ଧାନ ସଂଗ୍ରହ ବନ୍ଦ ହୋଇଥିବା ଜିଲ୍ଲା ଯୋଗାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଜମନକିରା ବ୍ଲକର କୁଲୁଣ୍ଡି ଲ୍ୟାମ୍ପସର ମୁଣ୍ଢେନପାଲି ମାର୍କେଟୟାଡର଼୍ରୁ ଆଜି ଧାନ ସଂଗ୍ରହ ହେବ ବୋଲି ସୂଚନା ମିଳିଛି। ଖରିଫ ଧାନ ସଂଗ୍ରହ ସକାଶେ ପ୍ରତିବର୍ଷ ଏପ୍ରିଲ ୩୦ ତାରିଖ ପର୍ଯ୍ରନ୍ତ ସମୟ ଅବଧି ଥିବାବେଳେ ରବି ଧାନ ସଂଗ୍ରହ ସମୟ ଅବଧି ମଇ ୧୦ରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ରହିଥାଏ।

ଚଳିତ ରବି ଋତୁରେ ସମ୍ବଲପୁର ଜିଲ୍ଲାରେ ୧୬୩୬୦ ଜଣ ଚାଷୀଙ୍କ ଠାରୁ ୨୬ ଲକ୍ଷ ୮୨ ହଜାର ୨୫୪ ବସ୍ତା ଧାନ ସଂଗ୍ରହ କରାଯାଇଛି। ରବି ଧାନ ସଂଗ୍ରହ- ୨୦୧୭ ପାଇଁ ୧୦,୬୮୧ ଜଣ ଚାଷୀ ପଞ୍ଜିକୃତ ହୋଇଥିଲେ। ଜଣେ ଜଣେ ଚାଷୀ ୨-୩ ଥର ମାର୍କେଟୟାଡର଼୍କୁ ଧାନ ନେଇ ଆସୁଥିବାରୁ ଧାନ କ୍ରୟ କରିଥିବା ଚାଷୀଙ୍କ ସଂଖ୍ୟା ଓ ପଞ୍ଜିକୃତ ଚାଷୀ ସଂଖ୍ୟ ମଧ୍ୟରେ ତାରତମ୍ୟ ଥିବା ଜଣାପଡ଼ିଛି।