ସହଦେବ ଖୁଣ୍ଟା ପୋଲିସ୍ 1 କିଲୋ 200 ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଛି-ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି କୋଡ଼ିଏ ଲକ୍ଷ ଟଙ୍କା

ବାଲେଶ୍ୱର : ସହଦେବ ଖୁଣ୍ଟା ପୋଲିସ୍ ବୁଧବାରଦିନ ଭୋରରୁ ସହରର ଅରଡ଼ ବଜାର ସ୍ଥିତ ମସଜିଦ ଗଳି ଅଞ୍ଚଳରେ ଚଢାଉକରି 1 କିଲୋ 200 ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଛି। ଏହା ସହିତ ସାନୁଆରା ବିବି ନାମକ ଜଣେ ମହିଳାଙ୍କୁ ଗିରଫ କରିଛି। ପୋଲିସ ଦେଇଥିବା ସୂଚନା ଅନୁସାରେ ଅରଡ଼ ବଜାର ମସଜିଦ ଗଳିରେ ରହୁଥିବା ସାନୁଆରା ପଶ୍ଚିମବଙ୍ଗରୁ ବ୍ରାଉନ୍ ସୁଗାର ଆଣି ବାଲେଶ୍ୱର ସମେତ ଓଡ଼ିଶଆର ବିଭିନ୍ନ ଜିଲ୍ଲାକୁ ଚାଲାଣ କରିଥାଏ।ଗତକାଲି ରାତିରେ କଲିକତାରୁ ବ୍ରାଉନ୍ ସୁଗାର ଆଣି ଟ୍ରେନ୍ ଯୋଗେ ବୋଲେଶ୍ୱର ଆସୁଥିଲା ବେଳେ ବିଶେଷ ସୂତ୍ରରୁ ଖବର ପାଇ ସହଦେବଖୁଣ୍ଟା ପୋଲିସ୍ ତାକୁ ତା’ ଘର ନିକଟରୁ ଗିରଫ କରିଥିଲା। ଜବତ ହୋଇଥିବା ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି କୋଡ଼ିଏ ଲକ୍ଷ ଟଙ୍କା ହେବ ବୋଲି ଆଇଆଇସି ସୂଚନା ଦେଇଛନ୍ତି।