ସୁବର୍ଣ୍ଣପୁର ଜିଲ୍ଲା କୁଲିପାଲି ନିକଟରେ ଯାତ୍ରୀବାହୀ ବସ୍ ଓ ବୋଲେରୋ ମଧ୍ୟରେ ଧକ୍କା-୨ ଜଣଙ୍କ ମୃତ୍ୟୁ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କୁଲିପାଲି ନିକଟରେ ଯାତ୍ରୀବାହୀ ବସ୍  ଓ ବୋଲେରୋ ମଧ୍ୟରେ ଧକ୍କା ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ସୁବର୍ଣ୍ଣପୁର ତରଭା ବ୍ଲକ୍‌ ବଘିଆ ଗାଁର ନିରଞ୍ଜନ ସା ଓ ରଞ୍ଜନ ସା। ବୋଲେରୋ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡିରୁ ଭୁବନେଶ୍ୱର ଆସୁଥିବା ବେଳେ ବସ୍‌ ସହ ବୋଲେରୋର ଧକ୍କା ହୋଇଥିଲା। ମୃତ ନିରଞ୍ଜନ ଓ ରଞ୍ଜନ ମେଡିକାଲ କାମରେ କଟକ ଯାଇ ବୋଲେରୋରେ ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା। ପୋଲିସ ଘଟଣାସ୍ଥଳକୁ ଯାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।