ସ୍ଥିତି ପରିଖିବା ଲାଗି ଆଜି ରାଜ୍ୟ ପଦାଧିକାରୀ ଙ୍କୁ ପାଳି କରି ଭେଟିବେ ତିନି ଜଣିଆ ଏଆଇସିସି ପର୍ଯ୍ୟବେକ୍ଷକ ଟିମ୍-ଭୁବନେଶ୍ୱର

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ସ୍ଥିତି ପରିଖିବା ଲାଗି ଆଜି ଜିଲ୍ଲା ସଭାପତି, ପିସିସି ରାଜ୍ୟ ପଦାଧିକାରୀ ଓ ଛାମୁଆ ସଂଗଠନର ମୁଖିଆଙ୍କୁ ପାଳି କରି ଭେଟିବେ ତିନି ଜଣିଆ ଏଆଇସିସି ପର୍ଯ୍ୟବେକ୍ଷକ ଟିମ୍। ୧୩ ତାରିଖରେ ବରିଷ୍ଠ ନେତା, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରାର୍ଥୀ ଓ ୧୬ ଜଣ ବିଧାୟକ, ଜଣେ ସାଂସଦଙ୍କୁ ଭେଟି ମତାମତ ନେବେ।  ଦଳର ରାଜ୍ୟ ପ୍ରଭାରୀ ଓ ସହ ପ୍ରଭାରୀ ମଧ୍ୟ ଏହି ସମୟରେ ଉପସ୍ଥିତ ରହିବେ। ତେବେ ଏହି କସରତ ପରେ କଂଗ୍ରେସ କଳି ତୁଟିବ ନା ବିବାଦ ଅଧିକ ଜଟିଳ ହେଉଚି ତା’ଉପରେ ସମସ୍ତଙ୍କ ନଜର ରହିଛି। ଗତକାଲି ଏହି ଟିମ୍‌  ଭୁବନେଶ୍ୱରରେ ପହଞ୍ଚିଥିଲେ। ଏହି ଟିମରେ ସାଂସଦ ଗୌରବ ଗୋଗୋଇ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୀତେନ୍ଦ୍ର ସିଂହ ଓ ସାଂସଦ ତାମ୍ରଧ୍ୱଜ ସାହୁ ଅଛନ୍ତି।  ସେହିପରି କଂଗ୍ରେସ ପ୍ରଭାରୀ ବି.କେ. ହରିପ୍ରସାଦ ମଧ୍ୟ ଏମାନଙ୍କ ସହ ଆସିଛନ୍ତି।  ପର୍ଯ୍ୟବେକ୍ଷକଙ୍କ ଟିମ୍ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟନେତାଙ୍କ ସହ ଆଲୋଚନା କରି ହାଇକମାଣ୍ଡଙ୍କୁ ରିପୋର୍ଟ ଦେବ।