ସ୍ୱର୍ଣ୍ଣ ମୁକୁଟ ବିଜୟୀ ହୋଇ ଓଡିଶା ଫେରିଛନ୍ତି ପଦ୍ମାଳୟା ନନ୍ଦ-ଲିଟିଲ୍ ମିସ୍ ୟୁନିଭର୍ସ

ଭୁବନେଶ୍ୱର: ଜର୍ଜିଆରେ ଅନୁଷ୍ଠିତ ଲିଟିଲ୍ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ମୁକୁଟ ବିଜୟୀ ହୋଇ ଓଡିଶା ଫେରିଛନ୍ତି ପଦ୍ମାଳୟା ନନ୍ଦ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପଦ୍ମାଳୟା ଲିଟିଲ୍ ମିସ୍ ୟୁନିଭର୍ସ ଇଣ୍ଟରନେଟ୍ ୨୦୧୭ ଟାଇଟଲ୍ ସହ ଲିଟିଲ୍ ମିସ୍ ଆକ୍ଟ୍ରେସ୍ ଓ ଲିଟିଲ ମିସ୍ ୟୁନିଭର୍ସ ଗ୍ରାଣ୍ଡ ପିକ୍ସ ଦୁଇଟି ସବ୍ ଟାଇଟଲ୍ ବିଜୟୀ ହୋଇଛନ୍ତି। ଆଗକୁ ସେ ଗ୍ରୀସ୍‌ରେ ହେବାକୁ ଥିବା ଲିଟିଲ୍ ମିସ୍ ଓ୍ୱାର୍ଲଡ ଓ ଜୁନିୟର ମଡେଲ୍ ଇଣ୍ଟରନ୍ୟାସନାଲ୍ ପ୍ରତିଯୋଗିତାରେ ଭାଗ ନେବେ। ନିଜ ସଫଳତା ପାଇଁ ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।