୧୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ନାଇଟ୍ ଏକ୍ସପ୍ରେସ ବସ୍- ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ -ଭୁବନେଶ୍ୱର

ଭୁବନେଶ୍ୱର: ୧୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ନାଇଟ୍ ଏକ୍ସପ୍ରେସ ବସ୍। ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ବାଣପୁର, ବାଲୁଗାଁ ଓ ଭୁବନେଶ୍ୱରରେ ଚିକିତ୍ସା କରାଯାଉଛି। ଗତ ରାତିରେ ଭୁବନେଶ୍ୱରରୁ ଜୟପୁର ଅଭିମୁଖେ ଯାଉଥିଲା ରିଲାଏନ୍ସ ନାମକ ଏହି ଘରୋଇ ଯାତ୍ରୀବାହୀ ବସ୍। ତେବେ ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ନିକଟ ବେଲପଡ଼ାରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାରୁ ପ୍ରାୟ ୨୫ ଫୁଟ୍ ତଳକୁ ଖସିପଡ଼ିଥିଲା। ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ ଯାତ୍ରୀଙ୍କ ପରିଚୟ ମିଳିପାରିନି। ପୋଲିସ ଏବଂ ଅଗ୍ନିଶମ ବାହିନୀ ରାତିରେ ଘଟଣାସ୍ଥଳକୁ ଯାଇ ସମସ୍ତଙ୍କୁ ଉଦ୍ଧାର କରିଥିଲେ।