୬୫ ନମ୍ବର ରାଜ୍ୟ ରାଜପଥର ଅବସ୍ଥା ସୋଚନୀୟ ପ୍ରତିବାଦ ରେ ଆଠଗଡ ଉପଜିଲ୍ଲାପାଳଙ୍କୁ ଦାବୀ ପତ୍ର

ଖୁଣ୍ଟୁଣୀ ଠାରୁ ନରସିଂହପୁର ୬୫ ନମ୍ବର ରାଜ୍ୟ ରାଜପଥ ର ଚାନ୍ଦବାଲି ଛକ ଠାରୁ ବୀରକିଶୋରପୁର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ସୋଚନୀୟ ହୋଇପଡିଛି ।ପ୍ରତିବାଦ ରେ ଆଜି ବିରକିଶୋରପୁର ଅଞ୍ଚଳର ସାଧାରଣ ଲୋକ ଏବଂ ବଜାର କମିଟିର ୩୦ ରୁ ଉର୍ଧ ସଦସ୍ୟ ଆଠଗଡ ଉପଜିଲ୍ଲାପାଳଙ୍କୁ ଭେଟି ଏକ ଦାବୀ ପତ୍ର ଦେବା ସହିତ ତୁରନ୍ତ ସମସ୍ୟା ର ସମାଧନ ପାଇଁ ଦାବୀ କରିଛନ୍ତି । ଆଗାମୀ ଦିନରେ ସମସ୍ୟା ର ସମାଧାନ କରାନଗଲେ ଆସନ୍ତା ଦିନରେ ସାଧାରଣ ଲୋକ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ ଯଦି କିଛି କ୍ଷତି ହୁଏ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଉକ୍ତ ୬୫ ନମ୍ବର ରାଜ୍ୟ ରାଜପଥ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୨୦୧୪ ମସିହାରେ ନରସିଂହପୁର ଠାରେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା । ପରବର୍ତ୍ତୀ ସମୟରେ ସେହି ରାସ୍ତାକୁ ପୁନର୍ବାର ଆଠଗଡ ବିଧାୟକ ଖୁଣ୍ଟୁଣୀ ଠାରୁ ନୂଆପାଟଣା ପର୍ଯ୍ୟନ୍ତ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ରାସ୍ତା ଦୋହରୀକରଣ କାର୍ଯ୍ୟ ୨୦୧୬ ରେ ସରିବା କଥା କିନ୍ତୁ ଦେଢ ବର୍ଷ ଅଧିକ ବିତି ଯାଇଥିଲେ ମଧ୍ୟ ରାସ୍ତା କାମ ଅଧପନ୍ତରିଆ ଭାବେ ପଡି ରହିଛି। ଫଳରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଛି । ଦୁଇ ଦୁଇଟି ବସ ଦୁର୍ଘଟଣା ହୋଇ ୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୧୦୦ ରୁ ଉର୍ଧ ଲୋକ ଆହାତ ହୋଇଛନ୍ତି । ଟିକେ ବର୍ଷା ହେଲେ ରାସ୍ତାରେ କୁତ୍ରିମ ହ୍ରଦ ସୃଷ୍ଟି ହେଉଥିବା ବେଳେ ଖରା ସମୟରେ ଧୂଳି ଉଡି ପରିବେଶ ନଷ୍ଟ ହେବା ସହିତ ସାଧାରଣ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବୀ ହେଉଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଆଠଗଡରେ ପ୍ରଶାସନ କୁମ୍ଭକର୍ଣ ନିଦ୍ରାରେ।  ଆଠଗଡକୁ ଭଗବାନ ଭରସା ।

Reprot:  Santosh Barik