୭୨ ଘଣ୍ଟା ମଧ୍ୟରେ ପୁଣି ୬୧ ଜଣ ଶିଶୁଙ୍କ ମୃତ୍ୟୁ -ଗୋରଖପୁର ସ୍ଥିତ ବିଆର୍‌ଡି ମେଡିକାଲ୍ କଲେଜ୍‌ ଓ ହସ୍‌ପିଟାଲ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋରଖପୁର ସ୍ଥିତ ବିଆର୍‌ଡି ମେଡିକାଲ୍ କଲେଜ୍‌ ଓ ହସ୍‌ପିଟାଲ୍‌ରେ ଶିଶୁ ମୃତ୍ୟୁ ଥମୁନି। ଗତ   ଗତ ୭୨ ଘଣ୍ଟା ମଧ୍ୟରେ ପୁଣି ୬୧ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏନ୍‌ସେଫାଲାଇଟିସ୍ ୱାର୍ଡରେ ୧୧ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଏନ୍‌ଆଇସିୟୁରେ ୨୫ ଓ ଶିଶୁ ଚିକିତ୍ସା ୱାର୍ଡରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି। ଏନ୍‌ସେଫାଇଲାଇଟିସ୍ , ନିମୋନିଆ, ସେପ୍ସିସ୍‌ ଭଳି ରୋଗରେ ଏ ସବୁ ଶିଶୁଙ୍କ ମୃତ୍ୟୁ ଘଟିଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି। ଡାକ୍ତରଙ୍କ କହିବା ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଶିଶୁମାନଙ୍କୁ ଅଭିଭାବକମାନ ହସ୍‌ପିଟାଲକୁ ଆଣୁଛନ୍ତି।  ସେଥିପାଇଁ ଶିଶୁଙ୍କୁ ବଞ୍ଚାଇବା ପାଇଁ  କଷ୍ଟକର ହେଉଥିବା ଡାକ୍ତର କହିଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ, ଗୋରଖପୁର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି  ରହିଛି। ଫଳରେ ଏନ୍‌ସେଫାଲାଇଟିସ୍‌ର ଭୂତାଣୁ  ସଂକ୍ରମଣରେ ଶିକାର ହେଉଛନ୍ତି ଶିଶୁ। ସୂଚନାଯୋଗ୍ୟ, ଏହି ମାସ ପ୍ରାରମ୍ଭରେ ବିଆର୍‌ଡି ମେଡିକାଲ୍ କଲେଜରେ ୬୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଥିଲା।  ଏମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁଙ୍କ ଅକ୍ସିଜେନ୍‌ ଅଭାବରୁ ମୃତ୍ୟୁ ଘଟିଥିଲା।  ଏହି ଘଟଣାରେ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।