୮ ଜଣଙ୍କ ନାଁରେ ମାନହାନି ମୋକଦ୍ଦମା ଦାଏର କରିଛନ୍ତି ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାସ

ଭୁବନେଶ୍ୱର: ସୋସିଆଲ୍ ମିଡିଆ ଓ ଅନ୍ୟ ଗଣମାଧ୍ୟମରେ ତାଙ୍କ ନାଁରେ ଅପପ୍ରଚାର କରିଥିବା ଅଭିଯୋଗ କରି ୮ ଜଣଙ୍କ ନାଁରେ ମାନହାନି ମୋକଦ୍ଦମା ଦାଏର କରିଛନ୍ତି ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାସ। ଯେଉଁମାନଙ୍କ ନାଁରେ ମୋକଦ୍ଦମା ଦାଏର ହୋଇଛି ସେମାନେ ହେଲେ- ସମ୍ୱାଦ କଳିକାର ସମ୍ପାଦକ ଓ ମୁଦ୍ରକ, ମନୁ ଦାଶ, ଅସିତ ମହାନ୍ତି, ଅମୀୟ ପାଣ୍ଡବ, ଉମାକାନ୍ତ ରାଉତ, ପଲ୍ଲୀଶ୍ରୀ ପଟ୍ଟନାୟକ, ଶ୍ରୀ କୁଳାଙ୍ଗ।ର ଓ ବିମଳେନ୍ଦୁ ମହାନ୍ତି। ଏମାନଙ୍କ ନାଁରେ ସେ ଦୁଇଟି ମାମଲା ଦାଏର କରିଛନ୍ତି। ପ୍ରଥମଟି, ସିନିୟର ସିଭିଲ୍ ଜଜଙ୍କ ପାଖରେ ସିଭିଲ୍‌ ଡିଫ।ମେସନ୍ କେଶ ଏବଂ ଦ୍ୱିତୀୟଟି ଭୁବନେଶ୍ୱର ଏସ୍‌ଡିଜେଏମଙ୍କ କୋର୍ଟରେ କ୍ରିମିନାଲ୍‌ ଡିଫ।ମେସନ୍ କେସ୍‌। ଏ ସଂପର୍କରେ ଓଟିଭିକୁ ପ୍ରତିକ୍ରିୟା ଦେଇ ହରପ୍ରସାଦ କହିଛନ୍ତି- ମୁଁ ଗଭୀର ମର୍ମାହତ ଯେ ମୋ ନାଁରେ ଅପପ୍ରଚାର କରିଥିବା ୮ ଜଣଙ୍କ ବିରୋଧରେ ମାମଲା ଦାଏର କରିବାକୁ ବାଧ୍ୟ ହୋଇଛି।