Today another 2 Child died in Japanese Fever in Malkangiri, Odisha (Source: Media)

15027845 689226871256538 9105082986329540910 n Today another 2 Child died in Japanese Fever in Malkangiri, Odisha (Source: Media)
ଜାପାନୀ ଜ୍ୱର ଆଜି ପୁଣି ୨ ଶିଶୁଙ୍କ ମୁଣ୍ଡ ନେଇଛି। ମାଲକାନଗିରି ମେଡିକାଲରେ ଆଜି କୋରୁକୋଣ୍ଡା ବ୍ଲକ ଏମ୍‌ଭି-୩୪ ଗ୍ରାମର ପଦିଆ ସୋଡିଙ୍କ ପୁଅ ମୁକେଶ ସୋଡି (୨)ର ମୃତ୍ୟୁ ଘଟିଛି। ସେହିପରି ଏହି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ଡାବଗୁଡା ଗ୍ରାମର ହରି ଖିଲ(୨)ର କୋରାପୁଟ ମେଡିକାଲରେ ମୃତ୍ୟୁ ହୋଇଯାଇଛି। ଫଳରେ ଜିଲ୍ଲାରେ ଜେଇ ମୃତ୍ୟୁସଂଖ୍ୟା ୧୦୯ରେ ପହଞ୍ଚିଛି। ପ୍ରକାଶ ଥାଉକି ଖଇରପୁଟ ବ୍ଲକର ଶିଶୁଙ୍କୁ ମାଲକାନଗିରି ମେଡିକାଲକୁ ଆଣିବା ବଦଳରେ ପରିବାର ଲୋକେ କୋରାପୁଟ ମେଡିକାଲକୁ ନେବାକୁ ପସନ୍ଦ କରୁଛନ୍ତି। ଜାପାନୀ ଜ୍ୱରକୁ ନେଇ ଆଦିବାସୀ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ର୍ରହଣ କରାଯାଇଥିଲେ ମଧ୍ୟ ଏହାର ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ପଡୁନଥିବା ଦେଖିବାକୁ ମିଳିଛି । ଏବେ ମଧ୍ୟ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୩ ଜଣ ଶିଶୁ ଚିକିତ୍ସିତ ହେଉଥିବା ବେଳେ ସେ ମଧରୁ ଆଇସିୟୁରେ ୬ ଜଣ ଶିଶୁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି